ଦିଲ୍ଲୀ: ଜୁଲାଇ ୦୨: ଗତକାଲି ରାତିରେ ଦକ୍ଷିଣ ଇରାନ୍ରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଏତେ ତୀବ୍ର ଥିଲା ଯେ, ରାସ୍ତାଘାଟ ସହିତ କେତେକ ଘର ଫାଟି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ଖବର ରାଷ୍ଟ୍ରାୟତ ଗଣମାଧ୍ୟମ ପ୍ରକାଶ ପାଇଛି । ରିଆକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୬.୧ ଥିଲା ବୋଲି ଇରାନୀୟ ଗଣମାଧ୍ୟମ ରିପୋର୍ଟ କରିଥିବା ବେଳେ ‘ୟୁରୋପିୟାନ୍ ମେଡିଟେରିୟାନ୍ ସେସ୍ମୋଲୋଜିକାଲ୍ ସେଣ୍ଟର’ ଖବର ଅନୁସାରେ, ଭୂକମ୍ପର ତୀବ୍ରତା ୬.୦ ରହିଥିଲା ।
ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ମିଟେଓରୋଲୋଜି(ଏନ୍ସିଏମ୍) ସୂଚନା ଅନୁସାରେ, ରାତି ପ୍ରାୟ ୧.୩୨ଟା ସମୟରେ ଦକ୍ଷିଣ ଇରାନ୍ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ଉତ୍ପତ୍ତି ହୋଇଥିଲା ।
ସେହିପରି, ଆଜି ଇରାନ୍ରେ ସଂଘଠିତ ଭୂମିକମ୍ପର କମ୍ପନ ସଂଯୁକ୍ତ ଆରବ ଏମିରେଟ୍ସର କେତେକ ପ୍ରାନ୍ତରେ ବସବାସ କରୁଥିବା ଲୋକେ ମଧ୍ୟ ଅନୁଭବ କରିଥିବା କଥା ସୂଚନା ମିଳିଛି ।
Comments are closed.