କଟକ: ଫେବୃଆରୀ ୧୪ : ଆଜି ଓଡ଼ିଶା ହାଇକୋର୍ଟରେ ନୂଆ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ସେମାନେ ହେଲେ-ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ୍ ମୁରାହରି ଶ୍ରୀରମଣ । ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନ୍ ୩ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ।
ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କୋଭିଡ୍ କଟକଣା ଯୋଗୁଁ ଶପଥଗ୍ରହଣ କାର୍ଯ୍ୟକ୍ରମରେ ଅଳ୍ପ ଅତିଥି ଯୋଗ ଦେଇଥିଲେ । ସୂନଚା ଥାଉଯେ, ଗତ ସପ୍ତାହରେ ୩ ବିଚାରପତିଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ବରିଷ୍ଠ ଆଇନଜୀବୀଙ୍କ ନାମ ସୁପାରିଶ ହୋଇଥିଲା ।
Comments are closed.