ଶୋପିଆଁରେ ଘରୋଇ ଯାନରେ ବିସ୍ପୋରଣ ଘଟି ୩ ଯବାନ୍‌ ଆହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶୋପିଆଁରେ ଭଡ଼ାରେ ଆସିଥିବା ଏକ ଘରୋଇ ଯାନରେ ବିସ୍ପୋରଣ ଘଟି ୩ ଯବାନ୍‌ ଆହତି । ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଘଟଣାର ତଦନ୍ତ ଚାଲିଛି । କଶ୍ମୀର ପୁଲିସ ଇନିସପେକଫର୍‌ ଜେନେରାଲ୍‌ ବିଜୟ କୁମାରଙ୍କ ବକ୍ତବ୍ୟରୁ ଊଦ୍ଧାର କରି ଟୁଇଟ କରି କହିଛନ୍ତି ଯେ, ଶୋପିଆଁର ସେଡ଼ୋରେ ଭଡ଼ାରେ ଆସିଥିବା ଗୋଟାଏ ଘରୋଇ ଗାଡ଼ି ଭିତରେ ବିସ୍ପୋରଣ ଘଟିଛି । ୩ଜଣ ସୈନିକ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି । ଶୋପିଆଁ ଜିଲ୍ଲାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି ମରାଯିବାର ଦିନକ ପରେ ଏହି ବିସ୍ପୋରଣ ଘଟିଛି । ଏହା ସହିତ କିଛି ଦିନ ହେବ ଜମ୍ମୁ ଓ କଶ୍ମୀରରେ ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଥିବା ଦେଖାଯାଉଛି ।ଚଳିତ ସପ୍ତାହ ପ୍ରାରମ୍ଭରେ ସାମ୍ବା ଜିଲ୍ଲାରେ ରଜନୀ ବାଳା ନାମରେ ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲେ । ଗତ ମେ ମାସରେ ଅମ୍ରୀନ୍‌ ଭଟ୍ଟ ନାମରେ ଜଣେ ଟେଲିଭିଜନ୍‌ କଳାକାରଙ୍କୁ ମଧ୍ୟ ଗୁଳି ମାରି ହତ୍ୟା କରାଯାଇଥିଲା । ସେହିପରି ମେ ମାସରେ ରାହୁଲ୍‌ ଭଟ୍ଟ ନାମରେ ଜଣେ କଶ୍ମୀରୀ ପଣ୍ଡିତଙ୍କୁ ମଧ୍ୟ ଗୁଳି ମାରି ହତ୍ୟା କରାଯାଇଥିଲା । ତେବେ ଏ ସବୁ ଘଟଣାର ସତ୍ୟାସତ୍ୟ କଣ ରହିଛି ତାକୁ ଖୋଜି ବାହାର କରିବାକୁ ଲାଗିପଡିଛି ପୋଲିସ ।

Comments are closed.