ଆତଙ୍କବାଦୀ ନିରୋଧୀ ଅଭିଯାନ: ଶ୍ରୀନଗର ଉପକଣ୍ଠରେ ୩ ଆତଙ୍କବାଦୀ ମୃତ

ଶ୍ରୀନଗର: ଡିସେମ୍ବର ୩୧: ଆତଙ୍କବାଦୀଙ୍କୁ ଜାମ୍ମୁ ଓ କଶ୍ମୀରରୁ ନିପାତ କରିବା ପାଇଁ ସେନା ସୁରକ୍ଷା ବଳୟଙ୍କ ଦ୍ୱାରା ଆତଙ୍କବାଦୀ ନିରୋଧୀ ଅଭିଯାନ ଚାଲିଛି । ଏହି ଅଭିଯାନ ଅନ୍ତର୍ଗତେ ଗତକାଲି ୮ ଜଣ ଆତଙ୍କବାଦୀଙ୍କ ମୃତୁ୍ୟ ହୋଇଥିଲା ବେଳେ ଆଜି ପୁଣି ୩ ଜଣଙ୍କର ମୃତୁ୍ୟ ହୋଇଛି । ଶ୍ରୀନଗର ଉପକଣ୍ଠରେ ନିରାପତ୍ତାବଳଙ୍କ ସହ ଗୁଳିବିନିମୟ କରି ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ କଶ୍ମୀର ପୋଲିସ ସୂଚନା ଦେଇଛି ।

ମୃତ ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁହେଲ୍‌ ଅହମଦ୍‌ ରାଠର୍‌ । ଶ୍ରୀନଗର ଉପକଣ୍ଠସ୍ଥିତ ଜେୱାନ୍‌ ପୋଲିସ କ୍ୟାମ୍ପ୍‌ ନିକଟରେ ଏକ ପୋଲିସ ବସ୍‌କୁ ହୋଇଥିବା ଆକ୍ରମଣରେ ସେ ସମ୍ପୃକ୍ତ ଥିଲେ । ଉକ୍ତ ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ ।

ସୂଚନା ଥାଉଯେ, ଗତକାଲି ଜାମ୍ମୁ କାଶ୍ମୀରର ଅନନ୍ତନାଗ ଓ କୁଲଗାଁଓରେ ସେନା ଏନକାଉଣ୍ଟରରେ ୮ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ପାକିସ୍ତାନୀ ଥିଲେ । ସେହି ସବୁ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ବୋଲି ପୋଲିସ ସୂଚନା ଦେଇଥିଲା । ଏହି ଘଟଣାରେ ଜଣେ ପୋଲିସକର୍ମୀ ବି ଆହତ ହୋଇଥିଲେ ।

Comments are closed.