ଆଫଗାନିସ୍ତାନର ମସ୍‌ଜିଦରେ ଭୟଙ୍କର ବିସ୍ପୋରଣ: ୩୩ ମୃତ ଏବଂ ୪୩ ଗୁରୁତର ଆହତ

କୁନ୍ଦୁଜ: ଏପ୍ରିଲ ୨୩ : ଉତ୍ତରାଞ୍ଚଳ ଆଫଗାନିସ୍ତାନରେ ଥିବା କୁନ୍ଦୁଜ ପ୍ରଦେଶର ଇମାମ୍‌ ସାହିବ୍‌ ଜିଲ୍ଲାରେ ଥିବା ଏକ ସମ୍‌ଜିଦରେ ଭୟଙ୍କର ବିସ୍ପୋରଣ ହୋଇଛି । ଏଥିରେ
୩୩ ଜଣ ମୃତ ହେବା ସହିତ ୪୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଶଂ ପିଲା ରହିଥିବା ସୂଚନା ତାଲିବାନ ନେତୃତ୍ୱାଧୀନ କାମଚଳା ସରକାରର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ ଦେଇଛନ୍ତି ।

ଆଫଗାନିସ୍ତାନର ମସ୍‌ଜିଦରେ ଭୟଙ୍କର ବିସ୍ପୋରଣ: ୩୩ ମୃତ ଏବଂ ୪୩ ଗୁରୁତର ଆହତ

ସ୍ଥାନୀୟ ରିପୋର୍ଟ ଅନୁସାରେ, ଶୁକ୍ରବାର ଅପରାହ୍ନ ୨.୩୦ ସମୟରେ ନମାଜ ପାଠ ସମୟରେ ବୋମା ବିସ୍ପୋରଣ ଘଟିଥିଲା । ଇମାମ୍‌ ସାହିବ ଜିଲ୍ଲାରେଥିବା ମୁଲ୍ଲା ସିକନ୍ଦର ମସ୍‌ଜିଦ ଏହି ବିସ୍ପୋରଣ ହୋଇଥିଲା ।

ଆଫଗାନିସ୍ତାନର ମସ୍‌ଜିଦରେ ଭୟଙ୍କର ବିସ୍ପୋରଣ: ୩୩ ମୃତ ଏବଂ ୪୩ ଗୁରୁତର ଆହତ

ତେବେ ପବିତ୍ର ରମ୍‌ଜାନ ମାସ ପାଳିବା ଲାଗି ଦଳେ ଉପାସନାକାରୀ ବିଶେଷ ଧରଣର ଧାର୍ମିକ ରୀତି ‘ଜିକ୍ର’ର ଆୟୋଜନ କରୁଥିଲେ । ଏହି ସମୟରେ ମସ୍‌ଜିଦର ଗୋଟିଏ ପାର୍ଶ୍ୱରେ ବିସ୍ପୋରଣ ହୋଇଥିଲା ଓ ସେହି ପାଶ୍ୱର୍ଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା ।

ଆଫଗାନିସ୍ତାନର ମସ୍‌ଜିଦରେ ଭୟଙ୍କର ବିସ୍ପୋରଣ: ୩୩ ମୃତ ଏବଂ ୪୩ ଗୁରୁତର ଆହତ

ସୂଚନା ଥାଉଯେ, ଗୁରୁବାର ଦିନ ମଧ୍ୟ ଆଫଗାନିସ୍ତାନରେ ଏକାଧିକ ବିସ୍ପୋରଣ ଘଟିବା ଯୋଗୁଁ ୩୪ଜଣ ପ୍ରାଣ ହରାଇବା ସହ ଆଉ ୧୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ । ସେହି ଦିନ ମଧ୍ୟ ଉତ୍ତରାଞ୍ଚଳ ବାଲଖ୍‌ ପ୍ରଦେଶର ରାଜଧାନୀ ମଜାର୍‌-ଇ-ସରିଫ୍‌ ନଗରୀରେ ଥିବା ଏକ ସମ୍‌ଜିଦରେ ମଧ୍ୟ ଆକ୍ରମଣ ହୋଇଥିଲା ।

Comments are closed.