ପାଣିରେ ପଡିଲା ୪୨ ଲକ୍ଷ ଟଙ୍କା,ଜାଣନ୍ତୁ କେଉଁଠି

କାନପୁର:ବ୍ୟାଙ୍କ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ପାଣିରେ ବତୁରିଗଲା ୪୨ ଲକ୍ଷ ଟଙ୍କା I ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ସ୍ଥିତ ଏକ ବ୍ୟାଙ୍କରେ I ପାଣ୍ଡୁ ନଗରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ରଖାଯାଇଥିବା ୪୨ ଲକ୍ଷ ଟଙ୍କାର ନୋଟ ପାଣିରେ ବତୁରି ନଷ୍ଟ ହୋଇଯାଇଛି । ସବୁଠୁ ବଡ କଥା ହେଲା, ଅଧିକାରୀମାନଙ୍କୁ ମଧ୍ୟ ଏହା ବିଷୟରେ ଜାଣିବାକୁ ଦିଆଯାଇନଥିଲା। ତେବେ ଜୁଲାଇ ମାସ ରେ ଆରବିଆଇ ଦ୍ୱାରା ହୋଇଥିବା ବ୍ୟାଙ୍କ ଅଡିଟ ରୁ ଏହି କଥା ସାମ୍ନା କୁ ଆସିଥିଲା I

ଜୁଲାଇ ୨୫ ରୁ ଜୁଲାଇ ୨୯ ପର୍ଯ୍ୟନ୍ତ ଯେତେବେଳେ ଆରବିଆଇ ପକ୍ଷରୁ ବ୍ୟାଙ୍କ ଅଡିଟ ଚାଲିଲା, ସେହି ସମୟରେ ୧୪ ଲକ୍ଷ ୭୪ ହଜାର ୫୦୦ ଏବଂ ସର୍ବନିମ୍ନ ୧୦ ଲକ୍ଷ ଟଙ୍କା ବୋଲି କମ ଥିଲା ବୋଲି ଜଣାପଡିଥିଲା । ଏହା ସହିତ ୧୦ ଟଙ୍କା ର ୭୯ ବଣ୍ଡଲ ଏବଂ ୨୦ ଟଙ୍କା ୪୯ ବଣ୍ଡଲ ନଷ୍ଟ ହୋଇଥିବା ଜଣାପଡିଥିଲା I ତେଣୁ ଏହାକୁ ପୁନଃ ଗଣନା କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ୪୨ ଲକ୍ଷ ଟଙ୍କାର ନୋଟ୍ ନଷ୍ଟ ହୋଇଯାଇଛି।

ତିନି ମାସ ପୂର୍ବରୁ ନୋଟଗୁଡିକ ବ୍ୟାଙ୍କରେ ଥିବା ଆଇରନ ଚେଷ୍ଟ ରେ ରଖାଯାଇଥିଲା । ତେବେ କିଛି ଦିନ ଭିତରେ ଚେଷ୍ଟ ଭିତରେ ପାଣି ପଶିଯାଇଥିଲା । ହେଲେ ଏସମ୍ପର୍କରେ ବ୍ୟାଙ୍କ କର୍ମଚାରୀମାନେ ଜାଣି ପାରିନଥିଲେ । ନିୟମିତ ବ୍ୟବଧାନରେ ବାକ୍ସରେ ଥିବା ଟଙ୍କାକୁ ଉପରୁ ଉପରୁ ଦେଖୁଥିଲେ ବି ତଳ ଟଙ୍କାକୁ ଚେକ୍‌ କରୁନଥିଲେ । ହୁଏତ ସଠିକ୍ ସମୟରେ ଓଦା ହୋଇଥିବା କଥା ଜାଣିଥିଲେ ଟଙ୍କା ଗୁଡ଼ିକ ନଷ୍ଟ ହୋଇନଥାନ୍ତା ।

ଏହି ଘଟଣା ଜଣାପଡିବାପରେ ଦାୟିତ୍ୱହୀନତା ପାଇଁ ପାଣ୍ଡୁ ନଗର ଶାଖାର ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସିନିୟର ମ୍ୟାନେଜର ଦେବୀଶଙ୍କର, ମ୍ୟାନେଜର ଅସାରାମ, ଚେଷ୍ଟ ଅଫିସର୍ ରାକେଶ କୁମାର ଏବଂ ବରିଷ୍ଠ ପ୍ରବନ୍ଧକ ଭାସ୍କର କୁମାରଙ୍କୁ ସସ୍‌ପେଣ୍ଡ କରାଯାଇଛି ।

Comments are closed.