ଗୋଟିଏ ମେଡିକାଲ୍‌ କଲେଜରୁ ୪୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ

ହାଇଦ୍ରାବାଦ: ଡିସେମ୍ବର ୦୬: ତେଲେଙ୍ଗାନା କରିମନଗର ଜିଲ୍ଲାରେ ଥିବା ଏକ ମେଡିକାଲ୍‌ କଲେଜର ୪୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରିମନଗର ଜିଲ୍ଲା ସ୍ଥିତ ବୋମ୍ମାକାଲର ‘ଚାଲ୍‌ମେଡା ଆନନ୍ଦ ରାଓ ଇନ୍‌ଷଫିଚୁ୍ୟଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସ’ର ୪୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି ।

କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଛାତ୍ରଛାତ୍ରୀମାନେ କରୋନା ଚିହ୍ନଟ ହେବା ପରେ କଲେଜ ବନ୍ଦ ନେଇ ଘୋଷଣା ହୋଇଛି । ଏହାସହିତ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଷ୍ଟାଫ୍‌ମାନଙ୍କର କରୋନା ଟେଷ୍ଟ କରାଯାଇଛି ଏବଂ କଲେଜ କ୍ୟାମ୍ପସକୁ ସାନିଟାଇଜ୍‌ କରାଯାଇଛି । ସପ୍ତାହକ ପୂର୍ବେ କଲେଜରେ ଆନୁଆଲ୍‌ ଡେ’ ପାଳିତ ହୋଇଥିଲା । ଏଥିରେ କରୋନା ବ୍ୟାପିଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହି ଫଙ୍କ୍‌ସନରେ ବହୁ ଛତ୍ରଛାତ୍ରୀ ଏକାଠି ହୋଇଥିବା ସୂଚନା ମିଳିଛି । ଏପରିକି ଅଧିକାଂଶ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା ବୋଲି କରିମନଗର ଜିଲ୍ଲା ମେଡିକାଲର ସ୍ୱାସ୍ଥ୍ୟ ଅଧିକାରୀ ଡଃ ଜୁଭେରିଆ କହିଛନ୍ତି ସୂଚନା ଦେଇଛନ୍ତି ।

ସାଧାରଣ ଥଣ୍ଡା , ଜର ଓ କାଶ ହେତୁ ୨୦୦ ପିଲାଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୩ ଜଣ ଛାତ୍ରଛାତ୍ରୀ କରୋନ ଚିହ୍ନଟ ହୋଇଥିଲେ ।

Comments are closed.