ସାଉଦି ଆରବରେ ୪୫୦୦ ବର୍ଷ ପୁରୁଣା ହାଇେୱ ଠାବ

ଆରବ: ଇସଲାମିକ ସଭ୍ୟତାର କେନ୍ଦ୍ର ସାଉଦି ଆରବରେ ପ୍ରତ୍ନତତ୍ତ୍ୱବିତମାନଙ୍କୁ ପ୍ରାଚୀନ କବର ସହ ୪ ହଜାର ୫୦୦ ବର୍ଷ ପୁରୁଣା ବିଶାଳ ହାଇେୱ ନେଟୱର୍କ ମିଳିଛି । ୟୁନିଭର୍ସଟି ଅଫ୍‌ େୱଷ୍ଟର୍ନ ଅଷ୍ଟ୍ରେଲିଆର ଅନୁସନ୍ଧାନକାରୀମାନେ ଗତ ଏକ ବର୍ଷ ଧରି ଏହି ସ୍ଥାନର ବ୍ୟାପକ ତଦନ୍ତ କରୁଥିଲେ, ଯେଉଁଥିରେ ବିମାନ , ଜମିଗତ ସର୍ବେକ୍ଷଣ, ଖୋଦେଇ ଏବଂ ସାଟେଲାଇଟ୍‌ ଦ୍ୱାରା ମିଳିଥିବା ଫଟୋକୁ ଟିକିନିଖି ଯାଞ୍ଚ କରିଥିଲେ ।
 ସାଉଦି ଆରବରେ ୪୫୦୦ ବର୍ଷ ପୁରୁଣା ହାଇେୱ ଠାବ

ଅନୁସନ୍ଧାନକାରୀଙ୍କ ଏହି ଅଧ୍ୟୟନ ରିପୋର୍ଟ ଡିସେମ୍ବରରେ ହୋଲୋସିନ ଜର୍ନଲରେ ପ୍ରକାଶିତ ହୋଇଛି । ଏଥିରେ କୁହାଯାଇଛି ଯେ କବରରେ ଭର୍ତ୍ତି ଏହି ରାସ୍ତା ପଶ୍ଚିମ-ଉତ୍ତର ଆରବ ଦେଶ ପର୍ଯ୍ୟନ୍ତ ବ୍ୟାପିଛି । ରିସର୍ଚ୍ଚ ଅନୁଯାୟୀ ବୈଜ୍ଞାନିକଙ୍କୁ ୧ ଲକ୍ଷ ୬୦ ହଜାର ବର୍ଗ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତରେ ଏହି ହାଇେୱ ରାସ୍ତା ଠାବ କରାଯାଇଛି ।
 ସାଉଦି ଆରବରେ ୪୫୦୦ ବର୍ଷ ପୁରୁଣା ହାଇେୱ ଠାବ

ଏହି ରାସ୍ତାର ଆଖପାଖରେ ହଜାର ହଜାର ସଂଖ୍ୟାରେ କବର ମିଳିଛି, ଯାହା ହଜାର ବର୍ଷ ପୁରୁଣା କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଏପର୍ଯ୍ୟନ୍ତ ସୁରକ୍ଷିତ ରହିଛି । ଏସମସ୍ତ କବରର ଆକାରର ଇୟରରିଙ୍ଗ୍ସ ପରି ଦେଖାଯାଉଛି ।

 ସାଉଦି ଆରବରେ ୪୫୦୦ ବର୍ଷ ପୁରୁଣା ହାଇେୱ ଠାବ
ରେଡିଓ କାର୍ବଟ ଡେଟିଂ ଆଧାରକୁ ଦେଖି ଏହି କବର ପ୍ରାୟ ୨୬୦୦ରୁ ନେଇ ୨୦୦୦ ଖ୍ରୀଷ୍ଟପୂର୍ବ ପୁରୁଣା ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି । ବର୍ତ୍ତମାନ ବୈଜ୍ଞାନିକମାନେ ଏହି ପ୍ରାଚୀନ କବରକୁ ଖୋଳି ଅଧିକ ତଥ୍ୟ ଯୋଗାଡ଼ କରିବାରେ ଲାଗିଛନ୍ତି ।

Comments are closed.