ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ବିପଦ ସଂକୁଳ ଅବସ୍ଥାରେ ଗଡୁଛି ସ୍କୁଲ ବସ୍। ସ୍କୁଲ ବସ୍ ଗୁଡିକ ବିନା ଫିଟନେସ୍ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରୁଛି। ସର୍ବମୋଟ୍ ଭୁବନେଶ୍ଵରରେ ୧୪୮୪ଟି ସ୍କୁଲ ବସ୍ ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ୪୬୦ଟି ସ୍କୁଲ ବସ୍ ର ଫିଟନେସ୍ ନାହିଁ। ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।