ନୂଆଦିଲ୍ଲୀ : ପୁଣି ଥରେ ଗୁଣାତ୍ମକ ମାନ ପରୀକ୍ଷଣରେ ବିଫଳ ହେଲା ଔଷଧ । କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ରିପୋର୍ଟ ଜାରି କରିଛି । ଏହି ମାନକ ପରୀକ୍ଷାରେ ୪୯ଟି ମେଡିସିନ୍ ଫେଲ୍ ମାରିଛି ।
ଏହି ଔଷଧ ଗୁଡିକ ମଧ୍ୟରେ ଲାଇଫ୍ ମ୍ୟାକ୍ସ କ୍ୟାନସର୍ ଲାବୋରେଟୋରୀ ଦ୍ୱାରା ନିର୍ମିତ କ୍ୟାଲସିୟମ୍ ୫୦୦ ମିଗ୍ରା ଏବଂ ଭିଟାମିନ୍ D3 ଟାବଲେଟ୍ ସହ ଡିଏସସିଓର ସେପ୍ଟେମ୍ବର ତାଲିକାରେ ଓମରିନ ଡି କ୍ୟାପସୁଲ, ନିମେସୁଲାଇଡ୍ + ପାରାସିଟାମଲ୍, ପେଣ୍ଟାପ୍ରିଜୋଲ୍, ପାରାସିଟାମଲ ପେଡିଆଟ୍ରିକ୍ ଓରାଲ୍ ସେସ୍ପେଶନ, ଏସିକ୍ଲୋଫେନାକ, ସେଟ୍ରେଜିନ୍ ସିରପ୍ ଆଦି ରହିଛି । ଏହି ମେଡିସିନ ଗୁଡିକ ସାଧାରଣତଃ ଜ୍ବର, ଥଣ୍ଡା, କାଶ ପାଇଁ ବ୍ୟବହାର କରାଯାଇଥାଏ ।
ସିଡିଏସସିଓ ପ୍ରତିମାସରେ ବଜାରରେ ମିଳୁଥିବା ଔଷଧର ମାନକ ପରୀକ୍ଷଣ କରିଥାଏ । ଏହି ୪୯ ଟି ଔଷଧକୁ ପରୀକ୍ଷଣ କରି ସେପ୍ଟେମ୍ବର ମାସରେ ଏନେଇ ରିପୋର୍ଟ ପ୍ରକାଶ କରିଛି । ସିଡିଏସସିଓ ମୁଖ୍ୟ ରାଜୀବ ସିଂ କହିଛନ୍ତି, ପରୀକ୍ଷିତ ସମସ୍ତ ଔଷଧର ମାତ୍ର ଏକ ପ୍ରତିଶତ ଗୁଣାତ୍ମକ ମାନଦଣ୍ଡ ପୂରଣ କରିବାରେ ବି ବିଫଳ ରହିଛି । ସେହିପରି ଅଗଷ୍ଟ ମାସରେ ୫୩ଟି ମେଡିସିଲ୍ କ୍ବାଲିଟି ଟେଷ୍ଟରେ ଫେଲ୍ ମାରିଥିଲା I
ଗୁଣାତ୍ମକ ପରୀକ୍ଷଣ ବିଫଳ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଔଷଧ ଭିତରେ ଆଲ୍କେମ୍ ହେଲଥ୍ ସାଇନ୍ସ, ଆରିଷ୍ଟୋ ଫାର୍ମାସ୍ୟୁଟିକାଲ୍ସ, କାମିଲା ଫାର୍ମାସ୍ୟୁଟିକାଲ୍ସ, ଇନୋଭା କ୍ୟାପଟେନ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଏବଂ ଇପ୍କା ଲାବୋରେଟୋରୀ ପରି କମ୍ପାନୀର ଔଷଧ ରହିଛି । ଅନ୍ୟ ମେଡିସିନଗୁଡ଼ିକ ମଧ୍ୟରେ ଗଜ୍ ରୋଲ୍ ଅଣ-ଷ୍ଟେରାଇଲ୍ ରୋଲର୍ ବ୍ୟାଣ୍ଡେଜ୍ ଏବଂ ଡିକ୍ଲୋଫେନାକ୍ ସୋଡିୟମ୍ ଟ୍ୟାବଲେଟ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)