ଜମନକିରା : ଜମନକିରା ବ୍ଲକ ସଦର ମହକୁମା କଦଳୀମୁଣ୍ଡା ସରକାରୀ ଉନ୍ନତି ପ୍ରାଥମିକ ବିଦ୍ୟାଳୟକୁ ନିଜ ଜାଗା ଦାବି କରି ସ୍କୁଲକୁ ନୋଟିସ କରାଯାଇଛି । ସୂଚନଯୋଗ୍ୟ ଯେ ଜମନକିରା ସଦର ମହକୁମାରେ କଦଳୀମୁଣ୍ଡା ସରକାରୀ ଉନ୍ନତି ପ୍ରାଥମିକ ବିଦ୍ୟାଳୟଟି ୧୯୭୦ ମସିହା ବେଳରୁ ପ୍ରତିଷ୍ଠା ହୋଇଛି । ଏହା ୫୦ବର୍ଷରୁ ଅଧିକ ପୁରାତନ ହୋଇଥିବା ବେଳେ ଏବେ ସ୍ଥାନୀୟ ଅଞ୍ଚଳର ରବି ମହାକୁଲ ନାମକ ଜୈନେକ ବ୍ୟକ୍ତି ସ୍କୁଲର ଚାରି ଡିସିମିଲ ଜାଗାକୁ ନିଜ ଜାଗା ବୋଲି ଓକିଲଙ୍କ ମାଧ୍ୟମରେ ୨୭ତାରିଖ ଦିନ ନୋଟିସ ଜାରି କରିଛନ୍ତି ।
ସ୍କୁଲ ପ୍ରଧାନଶିକ୍ଷକ, ଜମନକିରା ଗୋଷ୍ଠି ଶିକ୍ଷାଧିକାରୀ ଏବଂ ସମ୍ୱଲପୁର ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖଙ୍କୁ ନୋଟିସ ପଠାଇଛନ୍ତି । ନୋଟିସରେ ଉଲ୍ଲେଖ ଅନୁଯାଇ, ଉକ୍ତ ସ୍କୁଲର ଚାରି ଡିସିମିଲ ଜାଗା ଶ୍ରୀ ମହାକୁଲଙ୍କର, ତେଣୁ ସ୍କୁଲ ତାଙ୍କୁ ତାଙ୍କ ଜାଗା ହସ୍ତାନ୍ତର କର;ୁ । ନଚେତ ଏବେକାର ଦର ଅନୁସାରେ ଚାରି ଡିସିମିଲ ଜାଗାକୁ ୪୦ ଲକ୍ଷ ଟଙ୍କା ପ୍ରଦାନ କର;ୁ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଆତଙ୍କିତ ହୋଇପଡ଼ିଛନ୍ତି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ସ୍କୁଲ ପରିସରରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ,ଜମନକିରା ଗୋଷ୍ଠି ଶିକ୍ଷାଧିକାରୀ, ସ୍କୁଲ ପରିଚାଳନା କମିଟି ମେମ୍ବର, ଅଭିଭାବକ ଏବଂ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଏକ ଜରୁରୀ ବୈଠକ କରାଯାଇଥିଲା ।
ଆଲୋଚନା କରାଯାଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା । ନୂତନ କମିଟି ଗଠନ ହୋଇଥିବା ସଭ୍ୟ ସଭ୍ୟା ମାନେ ପ୍ରଥମେ ଶ୍ରୀ ମହାକୁଲଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବେ ନଚେତ ଆଗାମୀ ଦିନରେ ଏହାକୁ ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ନିଷ୍ପତି ହୋଇଥିଲା । ଏହିପରି ସ୍କୁଲ ଜାଗା ଅକ୍ତିଆର କରିବାକୁ ନେଇ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ଅସୁବିଧା ହେବ ବୋଲି ଅଭିଭାବକ ମାନେ ମତ ରଖିଛନ୍ତି ।
Comments are closed.