ମାଲକାନଗିରି: ଫିଲ୍ମ ଷ୍ଟାଇଲରେ ୬୪ ବସ୍ତା ଗଞ୍ଜେଇ ଜବତ କରିଛି ମାଲକାନଗିରି ପୁଲିସ୍ ।ଏଥିସହ ୨ ଜଣ ଯୁବକଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି । ଜବତ ୬୪ଟି ବସ୍ତାରେ ମୋଟ ୧୫୯୬ କେଜି ଗଞ୍ଜେଇ ରହିଥିଲାଛ ଏତେ ପରିମାଣର ଗଞ୍ଜେଇ ଓଡ଼ିଶାରୁ ଆନ୍ଧ୍ରକୁ ଚାଲାଣ ହେଉଥିବା ବେଳେ ପୁଲିସ୍ ଏଗୁଡ଼ିକୁ ଜବତ କରିବାକୁ ସକ୍ଷମ ହୋଇଛି । ପୁଲିସ କହିଛି ଯେ ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ୧୩ନଂ ଗାଁ ଛକରୁ ୧୫୯୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ୭ ତାରିଖ ରାତିରେ ନିଶାଦ୍ରବ୍ୟ ଚୋରା ଚାଲାଣାର ଖବର ଚିତ୍ରକୁଣ୍ଡା ପୁଲିସ୍ ପାଖରେ ପହଞ୍ଚିଥିଲା । ଏହାକୁ ରୋକିବା ପାଇଁ ଚିତ୍ରକୁଣ୍ଡା ପୁଲିସ୍ର ଗୋଟିଏ ଟିମ ରାତି ସମୟରୁ ଆରଏସସି ୧୩ ନଂ,୧୧ନଂ ଓ ୧୦ ନଂ ଅଞ୍ଚଳରେ ଆରମ୍ଭ କରିଥିବା ଜୋରଦାର ପ୍ୟାଟ୍ରୋଲିଂ ।
ଏଥିସହ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଥିଲା । ଯାଞ୍ଚ ବେଳେ କିଛି ଯୁବକ ଆରଏସ୍ସି ୧୩ନଂ ଛକ ଠାରୁ ଦୁଇଶହ ମିଟର ଦୂରରେ ଥିବା ଗୋଟିଏ ଜଙ୍ଗଲ ରାସ୍ତାରେ ଛିଡ଼ା ହୋଇଥିବା ପୁଲିସ୍ ଦେଖିବାକୁ ପାଇଥିଲା । ଅନ୍ଧାର ରାତିରେ କିଛି ଯୁବକ ଜଙ୍ଗଲ ରାସ୍ତାରେ ଛିଡ଼ା ହୋଇଥିବାରୁ ପୁଲିସର ସନ୍ଦେହ ଉପୁଜିଥିଲା । ତେଣୁ ସେମାନଙ୍କୁ ଧରିବା ପାଇଁ ପୁଲିସ୍ ଟିମ୍ ଜଙ୍ଗଲ ରାସ୍ତା ଅଭିମୁଖେ ଯାଇଥିଲା । କି;ୁ ସେଠାରେ ଛିଡ଼ା ହୋଇଥିବା ଯୁବକମାନେ ପୁଲିସକୁ ଦେଖିବା ମାତ୍ରେ ଜଙ୍ଗଲ ଭିତରକୁ ଦୌଡ଼ିବାକୁ ଲାଗିଥିଲେ । ପୁଲିସ୍ ମଧ୍ୟ ସେମାନଙ୍କୁ ପିଛା କରିବା ଆରମ୍ଭ କରିଥିଲା । ଦୀର୍ଘ ସମୟର ଧରପଗଡ଼ ପରେ ପୁଲିସ୍ ପrାରେ ୨ ଜଣ ଯୁବକ ଧରାପଡ଼ିଥିଲେ । କି;ୁ ଅନ୍ୟମାନେ ସେଠାରୁ ଖସି ଚାଲିଯିବାକୁ ସକ୍ଷମ ହୋଇଥିଲେଛ ସେମାନଙ୍କୁ ଧରିବା ପରେ ପୁଲିସ୍ ଜଙ୍ଗଲ ଭିତରେ ୬୪ଟି ଜରି ବସ୍ତାରେ ରଖାଯାଇ ଥିବା ଗଞ୍ଜେଇ ଗୁଡ଼ିକ ପାଖରେ ପହଞ୍ଚିଥିଲା । ଗଞ୍ଜେଇ ସହ ଚାଲାଣ ପାଇଁ ସେଠାରେ ଥିବା ଗୋଟିଏ ବାଇକ(ଏପି ୦୫ ଇଭି ୨୩୫୯) ଓ ଗୋଟିଏ ମହେନ୍ଦ୍ରା ବୋଲେରୋ(ଓଡି ୧୦ ଡି ୭୦୪୩)କୁ ପୁଲିସ ଜବତ କରିଛି । ଏହି ବସ୍ତା ଗୁଡ଼ିକରେ ମୋଟ ୧୫୯୬ କେଜି ୩୦୦ ଗ୍ରାମ ଗଞ୍ଜେଇ ରହିଥିଲା । ଏହାର ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ୍ କହିଛି । ଗଞ୍ଜେଇ ବସ୍ତାଗୁଡ଼ିକ ଓଡ଼ିଶାରୁ ଆନ୍ଧ୍ରର ସିଲେରୁ ଅଞ୍ଚଳକୁ ଚାଲାଣ ହେବାର ଥିଲା ।
Comments are closed.