ଭତ୍ତା ଅପେକ୍ଷାରେ ୬୪୬୮୮ ଜଣ

0

ଭୁବନେଶ୍ୱର : ଭତ୍ତା ଅପେକ୍ଷାରେ ୬ ଲକ୍ଷ ୪ ହଜାର ୬୮୮ ଜଣ  ଆବେଦନ କରିଛନ୍ତି । ବିଧାୟକ ସାରଦା ନାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ।

ମନ୍ତ୍ରୀଙ୍କ ବୟାନ ଅନୁଯାୟୀ ମୋଟ ୬,୦୪,୬୮୮ ଜଣ ଭତ୍ତା ପାଇଁ ଆବେଦନ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାହା ପାଇନାହାଁନ୍ତି । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି ୪,୬୪,୮୪୯ ଜଣ । ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଛନ୍ତି ୪୦,୯୨୭ ଜଣ । ସେହିପରି ବିଧବା ଭତ୍ତା ପାଇଁ ଆଦେବନ କରିଛନ୍ତି ୬୧,୫୯ ଜଣ ଆଶାୟୀ ।

ଅନ୍ୟପକ୍ଷେ କୁଷ୍ଠ ରୋଗୀ ଭତ୍ତା ପାଇଁ ଆବେଦନ କରିଛନ୍ତି ୨୬୯ ଜଣ ଆବେଦନ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.