ସାଧାରଣତଃ ଆମେ ପୁରାଣରେ କାମଧେନୁ ଗାଈ କଥା ଶୁଣିଛୁ, ଯିଏ କି ସ୍ୱର୍ଗପୁରରେ ବାସ କରୁଥିଲେ । ହେଲେ ଉତ୍ତରପ୍ରଦେଶର ଏକ ଗ୍ରାମରେ ଏଭଳି ଏକ ଗାଈ ରହିଛି ଯାହାକୁ ସେଠାକାର ଲୋକ କାମଧେନୁ ନାମରେ ସମ୍ବୋଧନ କରୁଛନ୍ତି । ଏହାପଛରେ ମଧ୍ୟ ଏକ ରୋଚକ କାରଣ ରହିଛି । ଗାଈଟି ଗର୍ଭବତୀ ନ ହୋଇ ମଧ୍ୟ ଦିନକୁ ୪ ଲିଟର କ୍ଷୀର ଦେବାରେ ସକ୍ଷମ । ଗାଈଟିର ମାଲିକ ଜଣେ ଅବସରପ୍ରାପ୍ତ ପ୍ରଫେସର ଯିଏ ଗାଈଟିର ଖୁବ ଧ୍ୟାନ ରଖୁଛନ୍ତି । ଗାଈଟି ପ୍ରଥମରୁ ଅଳ୍ପଅଳ୍ପ କ୍ଷୀର ଦେଉଥିଲା, ହେଲେ ତାହା ବର୍ତ୍ତମାନ ଦିନକୁ ୪ଲିଟରରେ ପହଞ୍ଚିଛି । ଗାଈଟିର ଏଭଳି ଅବସ୍ଥାକୁ ଡାକ୍ତରମାନେ ହର୍ମୋନାଲ ପରିବର୍ତ୍ତନ କାରଣରୁ ହୋଇଥିବା ପ୍ରକାଶ କରୁଛନ୍ତି । ଯଦି କୌଣସି ବାଛୁରୀ ଜନ୍ମ ହେବା ପରେ ତାର ମାଆ ମରିଯାଉଛି ତେବେ ଗାଈଟିର କ୍ଷୀର ସେହି ବାଛୁରୀକୁ ଦିଆଯାଇଥାଏ । ସେହିଭଳି ଏହି ଗାଈଟିର କ୍ଷୀର ଅନ୍ୟ ଗାଈଙ୍କ ତୂଳନାରେ ଅଧିକ ପ୍ରୋଟିନ୍ ଯୁକ୍ତ ଏବଂ ଚର୍ବି ଯୁକ୍ତ ବୋଲି ଏହାର ମାଲିକ ଦାବି କରିଛନ୍ତି । ସୋସିଆଲ ମିଡିଆରେ ଘଟଣାଟି ବେଶ୍ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ଏହି ଗାଈଟିକୁ ଦେଖିବାକୁ ମଧ୍ୟ ଆସୁଛନ୍ତି ।
Comments are closed.