ଭୁବନେଶ୍ୱର : ଭୁସୁଡ଼ୁଛି ଲାଲ ଦୁର୍ଗ । ଗଡ଼ ଛାଡ଼ୁଛନ୍ତି ଜଣେ ପରେ ଜଣେ ସିପାହୀ । ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଆତ୍ମସମର୍ପଣ କଲେ ୭ ହାର୍ଡକୋର୍ ମାଓବାଦୀ। ଛତିଶଗଡ଼ର ସୁକୁମା ଜିଲ୍ଲା ଏସପି କିରଣ ଚୌହାନ ଓ ସିଆରପିଏଫ କମାଣ୍ଡେଣ୍ଟଙ୍କ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।
ସୂଚନାନୁଯାୟୀ, ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କ ମୁଣ୍ଡ ଉପରେ ଛତିଶଗଡ଼ ସରକାର ପୂର୍ବରୁ ୩୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସୁକୁମା ଏସପି ୨୫ ହଜାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ଏଥି ସହିତ ଏମାନଙ୍କ ନାମରେ ପୂର୍ବରୁ ରହିଥିବା ସମସ୍ତ ମାମଲା ପ୍ରତ୍ୟାହାର କରିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ ବୋଲି ସୁକୁମା ଏସପି କହିଛନ୍ତି ।