ଗୁଜରାଟ: ମାତୃତ୍ୱ ଜଣେ ନାରୀର ଜୀବନରେ ବେଶ୍ ଆନନ୍ଦ ଭରିଦେଇଥାଏ । ସମସ୍ତ ନାରୀଙ୍କର ଇଚ୍ଛା ଥାଏ ମା ହେବାକୁ, ହେଲେ କେତେକଙ୍କ କ୍ଷେତ୍ରରେ କୌଣସି କାରଣରୁ ଏହା ସମ୍ଭବ ହୋଇପାରିନଥାଏ । ଏହି ଦୁଃଖ ସେମାନଙ୍କୁ ଖୁବ୍ ବ୍ୟଥିତ ମଧ୍ୟ କରିଥାଏ । ତେବେ ଆଜିକାଲି ବିଭିନ୍ନ ଜ୍ଞାନ କୌଶଳର ବ୍ୟବହାର କରି ଏହି ସମସ୍ୟାର ସମାଧାନ କରାଯାଉଛି । ସେହିଭଳି ଏକ ଘଟଣା ଘଟିଛି ଗୁଜରାଟରେ । ୭୦ ବର୍ଷ ବୟସରେ ମା ହୋଇଛନ୍ତି ଜଣେ ମହିଳା । ଯାହା ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେପରିଣତ ବୟସରେ ମହିଳା ଜଣଙ୍କ ଆଇଭିଏଫ୍ ଟେକ୍ନୋଲୋଜି କାରଣରୁ ନିଜର ସ୍ୱପ୍ନ ପୂରଣ କରିବାରେ ସଫଳ ହୋଇପାରିଛନ୍ତି । ମହିଳାଙ୍କର ବିବାହକୁ ୪୫ ବର୍ଷ ପୂରିଛି । ପ୍ରଥମେ ଡାକ୍ତର ତାଙ୍କୁ ଏତେ ଅଧିକ ବୟସରେ ଛୁଆ କରିବାକୁ ମନା କରିଥିଲେ, ହେଲେ ଏହି ଦମ୍ପତି ଡାକ୍ତରଙ୍କୁ ଅନୁରୋଧ କରିବା ସହିତ ତାଙ୍କ ପରିବାରରେ ଅନ୍ୟମାନେ ମଧ୍ୟ ଏହି ଉପାୟକୁ ଆପଣାଇଥିବା ପ୍ରକାଶ କରିଥିଲେ । ଏହାପରେ ଡାକ୍ତର ଆଇଭିଏଫ୍ ପ୍ରୋସେସ୍ର ଆରମ୍ଭ କରିଥିଲେ । ତେବେ ମହିଳାଙ୍କ ବୟସ କାରଣରୁ ଏହି ପ୍ରକ୍ରିୟା ଡାକ୍ତରଙ୍କ ପାଇଁ ମଧ୍ୟ ବେଶ୍ ବିପଦପୂର୍ଣ୍ଣ ଥିଲା । ହେଲେ ଡାକ୍ତରଙ୍କ ଉଦ୍ୟମ କାରଣରୁ ମହିଳା ଜଣଙ୍କ ୭୦ ବର୍ଷରେ ମଧ୍ୟ ମା ହେବାର ସୁଖ ପାଇପାରିଛନ୍ତି ।
Comments are closed.