ରାସନ କାର୍ଡରେ ବାଦ ପଡିଲେ ୮୪ ହଜାର ୭୫୭ ଜଣ

0

ଭୁବନେଶ୍ୱର : ଗୃହରେ ଉଠିଲା ଭୂତ ରାସନ କାର୍ଡ ପ୍ରସଙ୍ଗ । ରାଜ୍ୟରେ କେତେ ଭୂତ ରାସନକାର୍ଡଧାରୀ ଚିହ୍ନଟ ହେଲେ ବୋଲି ଅଶ୍ବିନୀ କୁମାର ପାତ୍ର ପ୍ରଶ୍ନ କରିଥିବା ବେଳେ ଖାଉଟି ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ମନ୍ତ୍ରୀ କହିଛନ୍ତି ତଥ୍ୟ ଅନୁସାରେ , ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ମୋଟ ୨୨ ହଜାର ୨୯୩ ଟି ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ । ଏହାସହ ରାଜ୍ୟରେ ୮୪ ହଜାର ୭୫୭ ଜଣ ହିତାଧିକାରୀ ରାସନ କାର୍ଡ ପାଇବାରୁ ବାଦ୍ ପଡିଛନ୍ତି । ନୂଆ ସରକାର ଆସିବା ପରେ ଯାଞ୍ଚ କରାଯାଇ ୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରାଯିବା ସହ ସେମାନଙ୍କ କାର୍ଡକୁ ବାତିଲ କରାଯାଇଛି।

ସେହିପରି,କଟକ ଜିଲ୍ଲାରେ ସର୍ବାଧିକ ୨୫୫୪ ରାସନ କାର୍ଡ କଟିଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ୧୦୨ଟି ରାସନ କାର୍ଡ କଟାଯାଇଛି । ସେହିଭଳି ଗଜପତି ଜିଲ୍ଲାରେ ୨୩୨ଟି , ଅନୁଗୁଳ ଜିଲ୍ଲାରେ ୧୧୦୧ଟି ରାସନକାର୍ଡ କଟିଛି । ଗଞ୍ଜାମରେ ୫୫୨, ଜଗତସିଂହପୁରରେ ୪୮୭, ଯାଜପୁରରେ ୬୦୫, ବାଲେଶ୍ଵରରେ ୧୪୩୬, ବରଗଡ଼ରେ ୪୬୮, ଭଦ୍ରକରେ ୫୬୭, ବଲାଙ୍ଗିରରେ ୬୪୫, ଦେବଗଡ଼ରେ ୨୧୦, ଢେଙ୍କାନାଳରେ ୩୮୭ଟି ଅଯୋଗ୍ୟ ରାସନକାର୍ଡକୁ କାଟି ଦିଆଯାଇଛି ଇ

ଅନ୍ୟପଟେ ଏଯାଏଁ ରାଜ୍ୟରେ କେତେକ ଜିଲ୍ଲାରେ ଅନେକ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ପାଇବାରେ ବଞ୍ଚିତ ଅଛନ୍ତି । ଏହି ସମସ୍ୟାରେ ସବୁଠୁ ଆଗରେ ଅଛି ଅନୁଗୁଳ ଜିଲ୍ଲା ଯେଉଁଠି ୩ ହଜାର ୯୭୨ ହିତାଧିକାରୀ ରାସନକାର୍ଡରୁ ବଞ୍ଚିତ ହୋଇ ରହିଛନ୍ତି । ସେହିପରି ବାଲେଶ୍ୱର ଏବଂ ବରଗଡ଼ ଜିଲ୍ଲାରେ ମଧ୍ୟ ଅନେକ ହିତାଧିକାରୀ ରାସନ କାର୍ଡରୁ ବଞ୍ଚିତ ଅଛନ୍ତି ବୋଲି ସୂଚନା ରହିଛି ।

Leave A Reply

Your email address will not be published.