ଭାରତ ପାଇଁ ପଦକ ନିଶ୍ଚିନ୍ତ କଲେ ବକ୍ସର ଲବଲିନା

ଭୁବନେଶ୍ୱର: ଜୁଲାଇ ୩୦: ଭାରତୀୟ ବକ୍ସିଂପ୍ରେମୀଙ୍କ ପାଇଁ ମହିଳା ବକ୍ସର ଲବଲିନା ବୋଘୋହାଇନ୍‌ ନିଶ୍ଚିନ୍ତ ଆଶା ଆଣିଦେଇଛନ୍ତି । ଆଜିର କ୍ୱାଟର ଫାଇଲାନଲ ରାଉଣ୍ଡରେ ସେ ଚୀନ୍‌ର ନିଏନ ଚିନ ଚେନ୍‌ଙ୍କୁ ୪-୧ରେ ପରାସ୍ତ କରି ନିଜ ସ୍ଥାନ ସେମିଫାଇନାଲ୍‌ରେ ଦୃଢ଼ କରିଛନ୍ତି । ଲବଲନା ଆସନ୍ତା ବୁଧବାର ଦିନ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍‌ ତୁର୍କୀର ବକ୍ସର ବୁସେନାଜ ସୁରମେନେଲିଙ୍କୁ ଭେଟିବେ ।
ଅନ୍ୟପକ୍ଷେ, ଟୋକିଓ ଅଲମ୍ପିକ୍ସରେ ମହିଳାଳ ବକ୍ସିଂ ଖେଳାଳୀ ଭାରତୀୟଙ୍କୁ ନିରାଶ କରିଛନ୍ତି । ସେ ପ୍ରି-କ୍ୱାଟର ଫାଇନାଲ୍‌ ରାଉଣ୍ଡରେ ପରାସ୍ତ ହୋଇଯାଇଛନ୍ତି । ଆଜି ସକାଳେ ସେ ଖେଳର ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ ନିଜ ଟ୍ୱିଟର୍‌ରେ କହିଛନ୍ତି- ଖେଳ ଆରମ୍ଭ ହେବା ପୂର୍ବରୁ କାରଣ ନଦର୍ଶାଇ ତାଙ୍କୁ ତୁରନ୍ତ ରିଙ୍ଗ ପୋଷାକ ପରିବର୍ତ୍ତନ ପାଇଁ କୁହାଯାଇଥିଲା । ଏହାସହ ସେ ଗତ ଗୁରୁବାର ଖେଳ ଶେଷ ହେବା ପରେ ମଧ୍ୟ ଫଳାଫଳକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।
ଭାରତୀୟ ମହିଳା ସିଙ୍ଗଲ ତୀରନ୍ଦାଜରେ ଝାଡ଼ଖଣ୍ଡ ଝିଅ ଦୀପିକା କୁମାରୀ ଦକ୍ଷିଣ କୋରିଆ ଖେଳାଳୀ ଅନ ସାନଙ୍କାଠାରୁ ପରାସ୍ତ ହୋଇଛନ୍ତି, ଯାହାଦ୍ୱାରା ଭାରତର ପଦକ ଆଶା ମଉଳିଯାଇଛି ।
ଦୌଡ଼ରାଣୀ ଦୂତୀ ଚାନ୍ଦ ୧୦୦ ମିଟରର ପ୍ରଥମ ରାଉଣ୍ଡରେ ହିଁ ସମସ୍ତଙ୍କୁ ନିରାଶ କରିଛନ୍ତି । ସେ ୭ମ ସ୍ଥାନରେ ରହିଛନ୍ତି । ସେ ୧୧.୫୪ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରିଥିଲେ । ତେବେ ପୂର୍ବରୁ ତାଙ୍କର ନିଜର ଜାତୀୟ ରେକଡ ରେକର୍ଡ ଯାହା ୧୧.୧୭ ରହିଛି, ସେ ପର୍ଯ୍ୟନ୍ତ ମଧ୍ୟ ପହୁଞ୍ଚି ପାରିନାହାନ୍ତି ।

Comments are closed.