ଭୁବନେଶ୍ୱର: ଜୁଲାଇ ୩୧: କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ଆଣିଛନ୍ତି । ଏହି ଅନ୍ଲକ ବ୍ୟବସ୍ଥା ଅଗଷ୍ଟ ମାସରୁ ଆରମ୍ଭ ହୋଇ ସେପେଫମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ ।
ରାଜ୍ୟର ୨୭ ଜିଲ୍ଲାରେ କେଭିଡ ସଂକ୍ରମଣ କମ୍ ରହିଥିଲା ବେଳେ କେବଳ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ କୋଭିଡ ଗ୍ରାଫ୍ ଅଧିକ ରହୁଛି । ଏଣୁ ଏହାକୁ ନଜରରେ ରଖି ନିର୍ଦ୍ଦେଶାବଳୀ ଘୋଷଣା କରାଯାଇଛି ।
ରାତ୍ରି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ରାତ୍ରି କର୍ଫୁ୍ୟ ବଳବତ୍ତର ରହିବ । ଏହା ସହ ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହନ୍ତ ସଟ୍ଡାଉନ୍ ମଧ୍ୟ ପୂର୍ବବତ୍ ଜାରି ରହିବ ।
ସାରା ରାଜ୍ୟରେ ଦୋକାନ ବଜାର ସକାଳ ୬ଟାରୁ ରାତ୍ରି ୮ଟା ଯାଏଁ ଖୋଲା ରହିବ ।
ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶକୁ ମନା ।
ରାଜ୍ୟରେ ଦୋକନ୍, ମଲ୍, ସିନେମା ହଲ୍, ବାର୍, ରେଷ୍ଟୁରାଣ୍ଟ ଆଦି ଖୋଲା ରହିବ । ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ୍, ମଲ୍ ଓ ଦୋକାନମାନ ଖୋଲାଯିବ । ପ୍ରାପ୍ତବୟସ ବ୍ୟକ୍ତିମାନେ କରୋନା ଟିକାର ଡବଲ ଡୋଜ ନେଇଥିବା ପ୍ରମାଣ ଦେଖାଇ ନିଶ୍ଚିନ୍ତ କଲା ପରେ ଏହିସବୁ ସ୍ଥାନରେ ପ୍ରବେଶ କରିପାରିବେ ।
ସେହିପରି ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ବାର୍, ରେଷ୍ଟୁରାଣ୍ଟ, ମଲ୍ ଆଦି ଚାଲିବ ।
ରାଜ୍ୟର ସବୁ ଜିଲ୍ଲାମାନଙ୍କରେ ଆହାର କେନ୍ଦ୍ର ଖୋଲାଯିବ ।
ସମୁଦ୍ର କୂଳ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ କେନ୍ଦ୍ରମାନ ଖୋଲାଯିବ ।
ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ ।
ଅନ୍ତରାଜ୍ୟ ବସ୍ ଚଳାଚଳ ହେବ । କେବଳ ଭୁବନେଶ୍ୱର, କଟକ ଓ ପୁରୀରେ ସାପ୍ତାହନ୍ତ ସଟ୍ଡାଉନ୍ରେ ବସ୍ ଚଳାଚଳ ହେବ ନାହିଁ ।
Comments are closed.