ଭୁବନେଶ୍ୱର: ଅଗଷ୍ଟ ୩: ଆଜି ସିବିଏସ୍ଇ ଦଶମ ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୯୯.୦୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ପାଇଁ ପଞ୍ଜୀକୃତ ହୋଇଥିବା ୨୦ ଲକ୍ଷ ୯୭ ହଜାର ୧୨୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦ ଲକ୍ଷ ୭୬ ହଜାର ୯୯୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତ୍ରିଭେନ୍ଦ୍ରମ୍ ରିଜିଅନ୍ରେ ସର୍ବଧିକ ୯୯.୯୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୦.୩୫ ପ୍ରତିଶତରେ ଛ୍ରାତ୍ରୀମାନଙ୍କ ପାସ୍ହାର ଛାତ୍ରମାନଙ୍କଠାରୁ ଆଗୁଆ ରହିଛି ।
ଭୁବନେଶ୍ୱରରେ ୯୯.୬୨ ପ୍ରତିଶତ ପିଲା ପାସ୍ କରିଛନ୍ତି । ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଂଖ୍ୟକ ପାସ୍ ହୋଇଛନ୍ତି । ଛାତ୍ରଙ୍କ ପାସ୍ ହାର ୯୮.୮୯ ପ୍ରତିଶତ ରହିଥିଲା ବେଳେ ଛାତ୍ରୀଙ୍କ ପାସ୍ ହାର ୯୯.୨୪ ପ୍ରତିଶତ ରହିଛି ।
କେନ୍ଦ୍ରୀୟ ବିଦ୍ୟାଳୟରେ ୧୦୦ ପ୍ରତିଶତ ଓ ନବୋଦୟରେ ୯୯.୯୯ ପ୍ରତିଶତ ଫଳ ରହିଛି । ୫୭ ହଜାର ୮୨୪ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।
୧୬,୬୩୯ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇନି । ପରବର୍ତ୍ତୀ ସମୟରେ ଫଳ ପ୍ରକାଶ ନେଇ ପ୍ରସ୍ତୁତି ଚାଲୁଛି ।
http://cbseresults.nic.in , http://cbse.gov.in http://cbseresults.nic.in ଓ http://cbse.gov.in ଟେ୍ୱବସାଇଡ୍ ମାଧ୍ୟମରେ ଅନ୍ଲାଇନ୍ ପରୀକ୍ଷାଫଳ ପ୍ରକାଶ ପାଇଛି । ଏହାସହିତ ମାର୍କ ସିଟ୍ ଏବଂ ସାର୍ଟିଫିକେଟ୍ ମଧ୍ୟ ଅନ୍ଲାଇନ୍ ପ୍ରକାଶ ପାଇଛି । ତେବେ ଯେଉଁମାନେ ନିଜ ଫଳରେ ଖୁସି ନାହାନ୍ତି ସେମାନେ ଅଫ୍ଲାଇନ୍୍ ପରୀକ୍ଷା ଦେଇପାରିବାର ସୁବିଧା ରହିଛି ।
କରୋନା ମହାମାରୀ ସକାଶେ ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ୍ କରାଯାଇଥିଲା । ଚଳିତ ବର୍ଷ ମାର୍କିଂ ଫର୍ମୁଲା ଆଧାରରେ ଫଳ ପ୍ରକାଶ ପାଇଛି ।
Comments are closed.