ଅମିତାଭଙ୍କ ଘର ଓ ତିନୋଟି ରେଲେୱ ଷ୍ଟେସନ ବମ୍‌ରେ ଉଡ଼ାଇବାକୁ ଧମକ

ଦିଲ୍ଲୀ: ଅଗଷ୍ଟ ୭: ବଲିଉଡର ବିଗ୍‌ବି ଅମିତାଭ ବଚ୍ଚନଙ୍କ ଘର ଓ ତିନୋଟି ରେଲେୱ ଷ୍ଟେସନକୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ମୁମ୍ବାଇ ପୋଲିସକୁ ମଳିଛି । ଏଥିରେ ବଚ୍ଚନଙ୍କ ପୁରା ପରିବାର ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେଠାରେ ଏବେ ପୋଲିସ ମୁତୟନ କରାଯାଇଛି ଓ ଅଧିକ ସନ୍ଧାନ ଜାରି ରହିଛି ।
ସୂଚନା ଅନୁସାରେ, ଗତକାଲି ରାତ୍ରିରେ ମୁମ୍ବାଇ ପୋଲିସକୁ ଏକ ଫୋନ୍‌ କଲ୍‌ ଆସିଥିଲା । ଯେଉଁଥିରେ ତିନୋଟି ବଡ଼ ରେଲେୱ ଷ୍ଟେସନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ, ଭାୟଖଲା ଓ ଦାଦର ରେଲେୱ ଷ୍ଟେସନ ସହିତ ମୁମ୍ବାଇ ଜୁହୁ ସ୍ଥିତ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବମ୍‌ ଲଗାଯାଇଛି ବୋଲି ଜଣେ ସନ୍ଦିU କହିଥିଲେ । ଫୋନ କଲ ପାଇବା ପରେ ମୁମ୍ବାଇ ପୋଲିସ ଚଳଚଞ୍ଚଳ ହୋଇ ଉଠିଥିଲା । ରେଳବାଇ ପୋଲିସ, ରେଳ ସୁରକ୍ଷା ବଳ, ବମ୍‌ ଡିଟେକ୍‌ସନ, ଡିସ୍‌ପୋଜାଲ ସ୍କ୍ୱାଡ, ଡଗ୍‌ ସ୍କ୍ୱାଡ ଏବଂ ସ୍ଥାନୀୟ ପୋଲିସ ମିଶି ସେହି ସବୁ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ ସେଠାରେ କୌଣସି ସନ୍ଦେହଜନକ ସନ୍ଧାନ ମିଳିନଥିଲା ।

Comments are closed.