ଦିଲ୍ଲୀ: ଅଗଷ୍ଟ ୭: ପୁରୁଷ ଫ୍ରିଷ୍ଟାଲ କୁସ୍ତିରେ ଭାରତୀୟ ଖେଳାଳୀ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତି ଭାରତର ଗୌରବ ବଢ଼ାଇଛନ୍ତି । ବଜରଙ୍ଗ ଆଜି କାଜାକସ୍ତାନ ଖେଳାଳୀ ଦୌଲେତ ନିୟାଜ ବେକୋଙ୍କୁ ୮-୦ରେ ପରାସ୍ତ କରିଛନ୍ତି । ୬୫ କିଲୋ ବର୍ଗର କୁସ୍ତିର ସେମିରେ ଆଜରବରଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ପଏଣ୍ଟରେ ବଜରଙ୍ଗ ହାରିଥିଲେ । ତେବେ ଆଜି ସେ ଉତ୍ସାହପୂର୍ଣ୍ଣ ଖେଳ ଖେଳି ପଦକ ଜିତିଛନ୍ତି ।
ପ୍ରି-କ୍ୱାର୍ଟର ଫାଇନାଲରେ ବଜରଙ୍ଗ କିର୍ଗିସ୍ତାନ ଖେଳାଳୀ ଏର୍ନାଜର ଅକମାତାଲିଏଭଙ୍କୁ ହରାଇଥିବା ବେଳେ କ୍ୱାର୍ଟର ଫାଇନାଲରେ ଇରାନ ଖେଳାଳୀ ମୋର୍ତେଜା ଘିଆସି ଚେକାଙ୍କୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ ।
Comments are closed.