ଦେଶର ଦ୍ୱିତୀୟ ସ୍ୱଦେଶୀ କରୋନା ଟିକାକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଅଗଷ୍ଟ ୨୧: କରୋନା ଟିକା ‘ଜାଇକୋଭ-ଡି’ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଛନ୍ତି ଭାରତୀୟ ଔଷଧ ମହାନିର୍ଦ୍ଦେଶ (ଡିସିଜିଆଇ) । ବିଶେଷଜ୍ଞ କମିଟିଙ୍କର ସୁପାରିଶ ପରେ ଡିସିଜିଆଇ ଏହି ଟିକାକୁ ଅନୁମୋଦିତ କରିଥିଲେ । କୋଭାକ୍ସିନ୍‌ ପରେ ଏହା ହେଉଛି ଦ୍ୱିତୀୟ ସ୍ୱଦେଶୀ ଟିକା । ଏହି ଟିକା ୧୨ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଦିଆଯାଇପାରିବ । ଏହି ଟିକା ତିନୋଟି ଡୋଜ୍‌ରେ ଦିଆଯିବ ।
ଜାଇକୋଭ-ଡି ଡିଏନ୍‌ଏ ଉପରେ ଆଧାରିତ ଟିକା ଅଟେ । କଡିଲା କମ୍ପାନୀ ଦ୍ୱାରା ଏହି ଟିକାକୁ ଭାରତ ସରକାରଙ୍କ ଜୈବ ପ୍ରଯୁକ୍ତି ବିଭାଗ ସହଯୋଗିତାରେ ପ୍ରସ୍ତୁତ କରାଯାଇଛି । ସରକାରଙ୍କ ‘ମିଶନ କୋଭିଡ’ କାର୍ଯ୍ୟକ୍ରମ ଅଧିନରେ ଏହି ଟିକାକୁ ବିକାଶ କରାଯାଇଛି । ଜରୀରୁକାଳିନ ବ୍ୟବହାର ଅନୁମତି ପାଇଁ ଜାଇଡସ୍‌ କାଡିଲା ଗତ ଜୁଲାଇ ୧ ରେ ଡିସିଜିଏ ନିକଟରେ ଆବେଦନ କରିଥିଲେ । ଦେଶବ୍ୟାପି ପ୍ରାୟ ୨୮ ହଜାର ସେ୍ୱଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରିବା ପରେ କମ୍ପାନୀ ଅନୁମତି ପାଇଁ ଆବେଦନ କରିଥିଲେ । ଏହି ପରୀକ୍ଷଣ ଟିକା ପ୍ରାୟ ୬୬.୬ ପ୍ରତିଶତ ଫଳପ୍ରଦ ବୋଲି ପ୍ରମାଣିତ ହୋଇଥିବା କମ୍ପାନୀ ଦାବି କରିଛି । ତେବେ ଏହି ପରୀକ୍ଷଣ ତଥ୍ୟ ଏପର୍ଯ୍ୟନ୍ତ ପିଅର ରିଭୁ୍ୟ(ବିଶେଷଜ୍ଞଙ୍କ ଦ୍ୱାରା ସମୀକ୍ଷା) କରାଯାଇନାହିଁ । ଏହାସହ କୋଡିଲା କମ୍ପାନୀ ଦାବି କରିଛି ଯେ, ଏହା ଭାରତର ଟିକାକରଣରେ ସର୍ବବୃହତ୍‌ ପରୀକ୍ଷା କରାଯାଇଛି । ପ୍ରାୟ ୫୦ରୁ ଅଧିକ କେନ୍ଦ୍ରରେ ଏହି ଟିକାର ପରୀକ୍ଷଣ ହୋଇଛି ।

Comments are closed.