ଦିଲ୍ଲୀ: ଅଗଷ୍ଟ ୨୭: ଅଭିନେତା ଅମିତାଭ ବଚ୍ଚନଙ୍କ ବଡିଗାର୍ଡଙ୍କ ବାର୍ଷିକ ଆୟ ୧.୫ କୋଟି ଟଙ୍କା ରହିଥିଲା । ମୁମ୍ବାଇ ପୋଲିସରେ କନେଷ୍ଟବଳ ଭାବେ କାମ କରୁଥିବା ଜିତେନ୍ଦ୍ର ସିନ୍ଧେଙ୍କୁ ଅମିତାଭଙ୍କ ବଡିଗାର୍ଡ ଭାବେ ନିଯୁକ୍ତ କରାଯାଇଥିଲା । ସେ ୨୦୧୫ରୁ ଅମିତାଭଙ୍କ ବଡିଗାର୍ଡ ରହିଥିଲେ । କିନ୍ତୁ ଜଣେ କର୍ମଚାରୀ ଗୋଟିଏ ସ୍ଥାନରେ ୫ ବର୍ଷରୁ ଅଧିକ ରହିପାରିବେ ନାହିଁ ବୋଲି ନିୟମ ରହିଛି । ତେବେ ଜିତେନ୍ଦ୍ରଙ୍କ ବାର୍ଷିକ ଆୟ ଜାଣିବା ପରେ ମୁମ୍ବାଇ ପୋଲିସ ଏହାର ସତ୍ୟାସତ୍ୟ ଉପରେ ତନାଘନା କରିଥିଲା । ଏହାପରେ ତାଙ୍କୁ ଦକ୍ଷିଣ ମୁମ୍ବାଇର ଏକ ପୋଲିସ୍ ଷ୍ଟେସନକୁ ବଦଳି କରାଯାଇଛି । ତେବେ ସେହି ଟଙ୍କା ଜିତେନ୍ଦ୍ରଙ୍କୁ ଅମିତାଭ ଦେଇଥିଲେ ନା ଆଉ କେହି ଦେଇଥିଲେ, ତାହାର ତଦନ୍ତ ପାଇଁ ମୁମ୍ବାଇ ପୋଲିସ୍ ନିର୍ଦ୍ଦେଶ ଦେଇଛି ବୋଲି ଏକ ରିପୋର୍ଟରୁ ଖବର ମିଳିଛି । ଅନ୍ୟପକ୍ଷେ ଜିତେନ୍ଦ୍ର ସିନ୍ଧେ ପୋଲିସ୍ ସୂଚନା ଦେଇଛନ୍ତି ଯେ ତାଙ୍କର (ସିନ୍ଧେ) ଏକ ସିକୁ୍ୟରିଟି ଏଜେନ୍ସି, ରହିଛି ଯାହାକି ସିନ୍ଧେଙ୍କ ପତ୍ନୀ ସିନ୍ଧେଙ୍କ ନାମରେ ପରିଚାଳନା କରୁଛନ୍ତି । ଅମିତାଭ ତାଙ୍କୁ ଏହି ଅର୍ଥ ଦେଇନାହାନ୍ତି । ସୂଚନା ଥାଉକି, ମୁମ୍ବାଇ ପୋଲିସ ତରଫରୁ ଅଭିନେତା ଅମିତାଭଙ୍କୁ ‘ଏକ୍ସ୍’ ସିକୁ୍ୟରିଟି ଯୋଗାଇ ଦିଆଯାଇଛି । ସେଇ ଅନୁସାରେ ତାଙ୍କୁ ଦୁଇ ଜଣ କନେଷ୍ଟବଳ ଯୋଗାଇ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଜିତେନ୍ଦ୍ର ଜଣେ ଥିଲେ ।
Comments are closed.