ଭୁବନେଶ୍ୱର: ଅଗଷ୍ଟ ୨୮ : ଆଜି ରାଜ୍ୟରେ ୭୧, ୧୩୭ ସ୍ୱାବ ଟେଷ୍ଟ ମଧ୍ୟରୁ ୭୭୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୫ ଜଣ ୧୮ ବର୍ଷ ବୟସରୁ କମ୍ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୪୫୪ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୨୫ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୫ ହଜାର ୬୫୪ ଜଣ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୯୮୬ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୮୯ ହଜାର ୮୪୦ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୯୯୬ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୭ ହଜାର ୭୬୫ ଜଣଙ୍କ ମୃତୁ୍ୟ ହେଲାଣି ।
ଖୋର୍ଦ୍ଧାରେ ସର୍ବାଧିକ ୨୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ନବରଙ୍ଗପୁର ଜିଲ୍ଲାରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୫୯, ବରଗଡ଼ରୁ ୫, ଭଦ୍ରକରୁ ୧୫, ବଲାଙ୍ଗିରରୁ ୩, ବୌଦ୍ଧରୁ ୨, କଟକରୁ ୮୪, ଦେଓଗଡ଼ରୁ ୯, ଢ଼େଙ୍କାନାଳରୁ ୯, ଗଜପତିରୁ ୧, ଗଞ୍ଜାମରୁ ୮, ଜଗତସିଂହପୁରରୁ ୩୧ , ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୧ , କନ୍ଧମାଳରୁ ୫ , କେନ୍ଦ୍ରାପଡ଼ାରୁ ୨୧, କେନ୍ଦୁଝରରୁ ୧୫, କୋରାପୁଟରୁ ୩, ମାଲକାନଗିରିରୁ ୬, ମୟୁରଭଞ୍ଜରୁ ୨୭, ନୟାଗଡ଼ରୁ ୧୮, ନୂଆପଡ଼ାରୁ ୨, ପୁରୀରୁ ୩୯, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୩, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୨୦ ଏବଂ ଷ୍ଟେଟ ପୁଲ୍ରୁ ୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Comments are closed.