ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ମୂଲ୍ୟ

ଦିଲ୍ଲୀ: ସେପ୍‌ଟେମ୍ବର ୧: ଏଲ୍‌ପିଜିର ଗ୍ୟାସ୍‌ର ମୂଲ୍ୟ ବଢ଼ିଛି । ମାସ ଆରମ୍ଭରୁ ମେୁଦ୍ରାସ୍ପୀତ ବୃଦ୍ଧି ପାଇଛି । ଆଜିଠାରୁ ସାରା ଦେଶରେ ଅଣ ସବ୍‌ସିଡି ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ୨୫ ପଇସା ବୃଦ୍ଧି ପାଇଛି । ଏହାପୂର୍ବରୁ ଅଗଷ୍ଟ ୧୮ରେ ଏଲ୍‌ପିଜିର ଦର ୨୫.୫୦ ପଇସା ବୃଦ୍ଧି କରାଯାଇଥିଲା । ତେବେ ୧୫ ଦିନ ମଧ୍ୟରେ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୫୦ ପଇସା ଯାଏଁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ମୂଲ୍ୟ ଅନୁସାରେ ଏବେ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡର ପିଛା ଗ୍ରାହକଙ୍କୁ ୮୮୪.୫ ଟଙ୍କା ଦେବାକୁ ପଡ଼ିବ ।
ସୂଚନା ଥାଉଯେ, ସରକାରୀ ତୈଳ କମ୍ପାନୀମାନେ ପ୍ରତି ମାସର ପ୍ରଥମ ଦିନରେ ଘରୋଇ ଗ୍ୟାସ୍‌ସିଲିଣ୍ଡର ମୂଲ୍ୟ ବୃଦ୍ଧି ବା କମ୍‌ କରିଥାନ୍ତି । ଚଳିତ ବର୍ଷ ଆରମ୍ଭରେ ଗ୍ୟାସ୍‌ର ମୂଲ୍ୟ ୬୯୪ ଟଙ୍କା ରହିଥିଲା ବେଳେ ଏବେ ତାହା ବଢ଼ି ୮୮୪ ଟଙ୍କା ୫୦ ପଇସା ହୋଇଛି । ସେହିପରି ପ୍ରତ୍ୟେକ ରାଜ୍ୟରେ ଟିକସର ମୂଲ୍ୟ ଭିନ୍ନ ଭିନ୍ନ ରହିଛି । ଏହି କାଣରୁ ଏହାର ମୂଲ୍ୟ ମଧ୍ୟ ପରିବର୍ତ୍ତିତ ହେଉଛି । ଏହାଛଡ଼ା କେନ୍ଦ୍ର ସରକାର ଗୋଟିଏ ବର୍ଷରେ ଗ୍ରାହକଙ୍କୁ ୧୨ଟି ଘରୋଇ ସିଲିଣ୍ଡର ଉପରେ ସବ୍‌ସିଡି ପ୍ରଦାନ କରୁଛି । ଯଦି ଜଣେ ଗ୍ରାହକ ଅଧିକ ସିଲିଣ୍ଡର ଆବଶ୍ୟକ କରେ, ତେବେ ସେ ବଜାର ମୂଲ୍ୟରେ ସିଲିଣ୍ଡିର କିଣିପାରିବେ ।

Comments are closed.