ଦିଲ୍ଲୀ: ସେପ୍ଟେମ୍ବର ୨: ଗତ କାଲି ଅପେକ୍ଷା ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭,୦୯୨ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୯ ହଜାର ୫୮୩ ରହିଛି । ସୁସ୍ଥତା ହାର ୯୭.୪୮ ପ୍ରତିଶତ ରହିଥିଲା ବେଳେ ଗତ ୨୪ ଘଣ୍ଟାରେ ୩୫,୧୮୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୦ ଲକ୍ଷ ୨୮ ହଜାର ୮୨୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଆଜି ୫୦୯ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୯ ହଜାର ୫୨୯ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୬୨ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୮୦ ପ୍ରତିଶତ ରହିଛି । ଦେଶରେ ମୋଟ ୬୬ କୋଟି ୩୦ ଲକ୍ଷ ୩୭ ହଜାର ୩୩୪ ଜଣ ଲୋକ କରୋନା ଟିକା ନେଇସାରିଲେଣି ।
Comments are closed.