ଭୁବନେଶ୍ୱର: ସେପ୍ଟେମ୍ବର ୩ : ଆଜି ରାଜ୍ୟରେ ୭୧, ୨୪୭ ସ୍ୱାବ ଟେଷ୍ଟ ମଧ୍ୟରୁ ୮୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୦ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୪୯୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୫୪ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୧୦ ହଜାର ୭୨ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୭୩୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୬୩୯ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୪୫ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୭ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରୁ ୮ ହଜାର ୩୫ ଜଣଙ୍କ ମୃତୁ୍ୟ ହେଲାଣି ।
ଆଜି ଖୋର୍ଦ୍ଧାରେ ସର୍ବାଧିକ ୩୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ ଗତ ୨୪ ଘଣ୍ଟାରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୫୧, ବରଗଡ଼ରୁ ୩, ଭଦ୍ରକରୁ ୧୧ ,ବଲାଙ୍ଗୀରରୁ ୪, ବୌଦ୍ଧରୁ ୧, କଟକରୁ ୧୧୭, ଦେଓଗଡ଼ରୁ ୮, ଢ଼େଙ୍କାନାଳରୁ ୨୬, ଗଜପତିରୁ ୧, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୨, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୪, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୨, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୨୧, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୭, ପୁରୀରୁ ୩୧, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୧୬, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୮ ଏବଂ ଷ୍ଟେଟ ପୁଲରୁ ୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Comments are closed.