ଅଭିନେତା ଅକ୍ଷୟ କୁମାର ମାଆଙ୍କ ଦେହାନ୍ତ

ମୁମ୍ବାଇ: ସେପ୍‌ଟେମ୍ବର ୮: ଆରପାରିରେ ବଲିଉଡ୍‌ ଅଭିନେତା ଅକ୍ଷୟକୁମାରଙ୍କ ମାଆ ଅରୁଣା ଭାଟିଆ । ଅନେକ ଦିନ ଧରି ରୋଗରେ ପଡିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଅକ୍ଷୟ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରି ସେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ଅକ୍ଷୟ ତାଙ୍କର ମନର ଦୁଖକୁ ଜାହିର କରିଛନ୍ତି । ମାଙ୍କ ମୃତୁ୍ୟରେ ଭାଙ୍ଗିପଡିଛନ୍ତି ଅଭିନେତା । ଏହି କଷ୍ଟ ତାଙ୍କୁ ଅସହନୀୟ ଲାଗୁଛି ବୋଲି ସେ ପୋଷ୍ଟରେ ଲେଖିଛନ୍ତି ।

ଅକ୍ଷୟଙ୍କ ଫ୍ୟାନଙ୍କ ସହିତ ଅନେକ ବଲିଉଡ୍‌ ସେଲିବ୍ରେଟି ଏହି ଖବରରେ ଦୁଖ ପ୍ରକାଶ କରିଛନ୍ତି । ସେ ତାଙ୍କ ମାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଅକ୍ଷୟଙ୍କୁ ଧର୍ଯ୍ୟ ଧରିବା ପାଇଁ ସାନ୍ତ୍ୱନା ଦେଇଛନ୍ତି । ନିଜ ମାଙ୍କର ବେଶ୍‌ ନିକଟତର ଥିଲେ ଅକ୍ଷୟ, ସୋସିଆଲ ମିଡିଆରେ ମଧ୍ୟ ସେ ନିଜ ମାଙ୍କ ଫଟୋ ସର୍ବଦା ସେୟାର କରନ୍ତି । ତେବେ ଅରୁଣାଙ୍କ ଦେହ ଅନେକ ଦିନ ଧରି ଭଲ ନଥିବା ବେଳେ ସେ ହସପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଯାହା ଜାଣିବା ପରେ ଅକ୍ଷୟ ନିଜ ସୁଟିଂ ଅଧାରେ ରୋକି ଲଣ୍ଡନରୁ ଭାରତ ଫେରିଥିଲେ ।
ସେଲିବ୍ରେଟି ଏହି ଖବରରେ ଦୁଖ ପ୍ରକାଶ କରିଛନ୍ତି । ସେ ତାଙ୍କ ମାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଅକ୍ଷୟଙ୍କୁ ଧର୍ଯ୍ୟ ଧରିବା ପାଇଁ ସାନ୍ତ୍ୱନା ଦେଇଛନ୍ତି । ନିଜ ମାଙ୍କର ବେଶ୍‌ ନିକଟତର ଥିଲେ ଅକ୍ଷୟ, ସୋସିଆଲ ମିଡିଆରେ ମଧ୍ୟ ସେ ନିଜ ମାଙ୍କ ଫଟୋ ସର୍ବଦା ସେୟାର କରନ୍ତି । ତେବେ ଅରୁଣାଙ୍କ ଦେହ ଅନେକ ଦିନ ଧରି ଭଲ ନଥିବା ବେଳେ ସେ ହସପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଯାହା ଜାଣିବା ପରେ ଅକ୍ଷୟ ନିଜ ସୁଟିଂ ଅଧାରେ ରୋକି ଲଣ୍ଡନରୁ ଭାରତ ଫେରିଥିଲେ ।

Comments are closed.