ପାଟଣାଗଡ଼ରେ ପ୍ରତିବାଦର ସ୍ୱର

ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ସରକାରୀ ଚାକିରିଆ ଏବଂ ବ୍ୟବସାୟୀଙ୍କୁ ବ୍ଲାକ ମେଲିଙ୍ଗ କରୁଥିଲେ ।

ବଲାଙ୍ଗିର: ସେପ୍‌ଟେମ୍ବର ୮: ବଲାଙ୍ଗିର ଜିଲା ପାଟଣାଗଡ ସହରର ତିନିଜଣ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ସମୟରେ ସରକାରୀ ଚାକିରିଆ ଏବଂ ବ୍ୟବସାୟୀଙ୍କୁ ବ୍ଲାକ ମେଲିଙ୍ଗ କରି ଆସୁଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏପରିକି ବିଭିନ୍ନ ଥାନାରେ ମଧ୍ୟ ଏହି ଯୁବକମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସ୍ଥାନୀୟ ପୁଲିସକୁ ସାମ୍ବାଦିକର ଭୟ ଦେଖାଇ ଖସି ଯାଉଛନ୍ତି । କି;ୁ ଗତ ମାସ ୨ତାରିଖ ଖପ୍ରାଖୋଲ ରେଜଂର ଓ ଫରେଷ୍ଟରଙ୍କୁ ଧମକଚମକ ଦେବା ସହ ଜାତିଆଣ ଆକ୍ଷେପ କରିଥିବା ନେଇ ଖପ୍ରାଖୋଲ ଥାନାରେ ଏହି ତିନିଜଣ ଯୁବକ ବିଜୟନାନ୍ଦ ,ଅଜିତ କୁମାରଓ ଦୀପକଙ୍କ ନାମରେ ରେଜଂର ଶ୍ରୀବସ୍‌ି କୁମୁରା ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଖପ୍ରାଖୋଲ ପୁଲିସ କେସ ନଂ.୧୧୧ ଦଫା ୪୪୬, ୨୯୪, ୩୨୩, ୩୪, ୩(୧ଆର), ୩(୧ଏସ) ଓ ୩(୨ଭିଏ)ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା ଜଣାଯାଇଛି । ଅନ୍ୟପଟେ ଉକ୍ତ ତିନିଜଣ ଯୁବକ ଅଗ୍ରୀମ ହାଇକୋଟରେ ଦାଖଲ କରିଥିବା ଆଗତୁରା ଜାମିନ୍‌ ଗତ ୧୯ ତାରିଖ ଖାରଜ ହୋଇଛି । ଏହି ସମ୍ବାଦିକଙ୍କ ବିୁଦ୍ଧରେ ସ୍ଥାନୀୟ ଲୋକେ ଓ ସଂଗଠନ ପ୍ରତିବାଦ କରି ରାଜରାସ୍ତକୁ ଓଲ୍ଲାଇଛନ୍ତି । ବୁଧବାର ପାଟଣାଗଡ଼ରେ ଏକ ପ୍ରତିବାଦ ଶୋଭାଯାତ୍ରା ସହ ତିନି ସାମ୍ବାଦିକଙ୍କ ଗିରଫ ଦାବି କରିଛନ୍ତି । ଲିବରାଲ ଡ଼େମୋକ୍ରାଟିକ୍‌ ଆସୋସିଏସନ ନାମରେ ଆନ୍ଦୋଳନ କରି ସ୍ଥାନୀୟ ଉପ-ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ମିଳଥିବା ସୂୂଚନା ଅନୁସାରେ, ବଲାଙ୍ଗିର ଜିଲା ଖପ୍ରାଖୋଲ ରେଜଂ ଅନ୍ତର୍ଗତ ହରିଶଙ୍କର ଫରେଷ୍ଟ ଭିତରେ ସ୍ଥାନୀୟ ଫରେଷ୍ଟରଙ୍କ ତତ୍ୱାବଧାନରେ ୧୫କି.ମି.ର ଏକ ରାସ୍ତାକାମ କରାଯାଇଥିଲା । ଖବାର ପାଇ ସିଧା ପାଟଣାଗଡରୁ ହରିଶଙ୍କରେ ପହଂଚି ଥିଲେ ଉକ୍ତ ତିନିଜଣ ଯୁବକ । ଫରେଷ୍ଟର ପ୍ରିୟବ୍ରତ ମହାକୁରଙ୍କୁ ଭେଟି ତୁମେ କରିଥିବା କାମ ଠିକ ହୋଇନାହିଁ । ତୁମେ ମେସିନ ସାହାଯ୍ୟରେ ଅତି ନିମ୍ନମାନର କାମ କରିଛ । ରିଜର୍ଭ ଫରେଷ୍ଟ ଏରିଆରୁ ମାଟି ଆଣି କାମ କରିଛ ବୋଲି ବିଭିନ୍ନ ଆଳ ଦେଖାଇ ଥିଲେ । ପରେ ଉକ୍ତ ଯୁବକମାନେ ସବୁକିଛି ରଫାଦଫା କରିଦେବୁ ବୋଲି ୧ଲକ୍ଷ ଟଙ୍କା ଦିଅ ନଚେତ ନିଜ୍‌ୁ୍ୟ କରିଦେବୁ ବୋଲି କହିଥିବା ନେଇ ଅଭିଯୋଗ କରିିଛନ୍ତି ଫରେଷ୍ଟର ଶ୍ରୀ ମହାକୁର । ଏହି ଘଟଣାରେ ଖପ୍ରାଖୋଲ ରେଜଂର ଶ୍ରୀ କୁମୁରାଙ୍କୁ ଉକ୍ତ ଯୁବକମାନେ ବାଇଟରେ ତାଙ୍କ ପ୍ରତିକ୍ରିୟା ମାଗିଥିଲେ । ବାଇଟ ଥରେ ନେଇ ସାରିଲା ପରେ ମଧ୍ୟ ବାରମ୍ବାର ତାଙ୍କ ବାସଭବନକୁ ଆସି ବାଇଟ ମାଗିବା ସହ ଅସଭ୍ୟ ଭାଷାରେ ଗାଳିଗୋଳଜ କରି ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ କରିଛନ୍ତି ରେଜଂର । ଏହି ଘଟଣାପରେ ଫରେଷ୍ଟର ଓ ରେଜଂର ଖପ୍ରାଖୋଲ ଥାନାରେ ବ୍ୟକ୍ତିଗତସ୍ତରରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିବା ଜଣାଯାଇଛି । ପ୍ରକାଶ ଯେ, ପୂର୍ବରୁ ମଧ୍ୟ ବିଜୟନାନ୍ଦ ଦାସ ଓ ଅଜିତ ପୁରୋହିତଙ୍କ ନାଁରେ ବେଲପଡା ଥାନାରେ ଜଣେ ଡାକ୍ତରଙ୍କୁ ବ୍ଲେକ ମେଲିଙ୍ଗ କରିବା ନେଇ କେସ ନଂ.୧୯୫ ତା.୨୦/୧୦/୨୦୧୯ (ଏକଟ୍ରୋସିଟି)ରେ ଏକ ମାମଲା ରୁଜୁ ହୋଇଛି । ସେହିପରି ବିଜୟାନନ୍ଦଙ୍କ ନାଁରେ ପାଟଣାଗଡ ଥାନାରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ର୍ଦୁବ୍ୟବହାର ନେଇ କେସ ନଂ.୧୨୪ ତା.୧୫/୭/୨୦୨୧(ଏକଟ୍ରୋସିଟି)ରେ ଏକ ମାମଲା ରୁଜୁ ହୋଇଛି । ଅଜିତଙ୍କ ନାଁରେ ଲରମ୍ଭା ଥାନାରେ ମଧ୍ୟ କେସ ନଂ.୨୪ ତା.୨୫/୨/୨୦୧୭ରେ ଏକ ମାମଲା ରୁଜୁ ହୋଇଛି । ଏବେ ଖପ୍ରାଖୋଲ ଥାନାରେ ଦୁଇଜଣଙ୍କ ନାଁରେ କେସ ନଂ.୧୧୧ ତା.୨/୮/୨୦୨୧(ଏକଟ୍ରୋସିଟି)ରେ ଏକ ମାମଲା ରୁଜୁ ହୋଇଛି । ଏହିପରି ୨ଜଣଙ୍କରେ ପାଟଣାଗଡ, ବେଲପଡା, ଖପ୍ରାଖୋଲ ଓ ଲରମ୍ଭା ଥାନାରେ ୩ଟି ଲେଖାଏଁ କେସ ହୋଇ ସାରିଲଣି । କି;ୁ ଉକ୍ତ ଯୁବକମାନେ ଖୁଲମ ଖୁଲା ବୁଲୁଥିବା ବେଳେ ଆମେ ସାମ୍ବାଦିକ ଆମର କେହି କିଛି କରି ପାରିବେ ନାହିଁ । ଜିଲାପାଳ ଓ ଏସ୍‌ପିଙ୍କ ସହ ଆମର ସିଧା ସମ୍ପର୍କ ଅଛି ବୋଲି ରାସ୍ତାଘାଟରେ କହି ବୁଲୁଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ଯୁବକମାନ ପାଟଣାଗଡ ସହରର ବ୍ରହ୍ମପୁରା ଅଂଚଳର ଏମାନେ ପାଟଣାଗଡରେ ସାମ୍ବାଦିକତା କରନ୍ତି । କି;ୁ ପଟଣାଗଡ ସମେତ ବିଭିନ୍ନ ବ୍ଲକ ଅଞ୍ଚଳକୁ ଯାଇ ସରକାରୀ ଅଧିକାରୀମାନଙ୍କୁ ଡରାଇବା ବ୍ଲେକମେଲିଙ୍ଗ କରିବା ଏମାନଙ୍କ ନିତି ଦିନିଆ ପେସା । ସାମ୍ବାଦିକ ଭଳି ଏକ ମହତ କାର୍ଯ୍ୟକୁ ଏମାନେ ବଦନାମ କରିଦେବା ନେଇ ପ୍ରକୃତ ସାମ୍ବାଦିକଙ୍କ ମହଲରେ ଚର୍ଚ୍ଚା ହେଉଛି । ଏମାନଙ୍କୁ ସାମ୍ବାଦିକ ପରିଚୟ ଦେଇଥିବା ଅନୁଷ୍ଠାନମାନେ ତୁରନ୍ତ ଏମାନଙ୍କୁ ସାମ୍ବାଦିକତାରୁ ବହିଷ୍କାର କରିବାକୁ ସ୍ଥାନିୟ ବୁଦ୍ଧୁଜୀବୀମାନେ ଦାବି କରିଛନ୍ତି । ଏହି ଯୁବକମାନଙ୍କ ନାଁରେ ବିଭିନ୍ନ ଥାନାରେ ଏତେ କେସ ହେଲା ପରେ ମଧ୍ୟ ପୁଲିସ ଗିରଫ ନକରି କେବଳ ତଦନ୍ତ ନାଁରେ ଏମାନଙ୍କୁ ଖସାଇବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ ହେଉଛି । ପୁଲିସ ଓ ଜିଲା ପ୍ରଶାସନ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏମାନଙ୍କୁ ତୁରନ୍ତ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Comments are closed.