ଚିକେନ୍‌ ଗୁପ୍‌ଚୁପ୍‌

ଗୁପ୍‌ଚୁପ୍‌ ତ’ଆପଣମାନେ ସମସ୍ତେ ଖାଇଥିବେ । ହେଲେ କେବେ ଚିକେନ୍‌ ଗୁପ୍‌ଚୁପ୍‌ ଖାଇଛନ୍ତି । ଏହା କରିବାକୁ ସହଜ ହେବା ସହ ଖାଇବାକୁ ସ୍ୱାଦିଷ୍ଟ ହୋଇଥାଏ । ବଡ଼ ବଡ଼ ରେଷ୍ଟୁରାଣ୍ଟମାନଙ୍କରେ ଚିକେନ୍‌ ଗୁପ୍‌ଚୁପ୍‌ ମିଳିଥାଏ । ହେଲେ ଏହାକୁ ଘରେ କରି ପରିବାରଙ୍କ ସହିତ ଖାଇବାର ମଜା ନିଆରା । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ-
ଆବଶ୍ୟକ ସାମଗ୍ରୀ : ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ପିଆଜ ସହ ଅଦା ଓ ରସୁଣ ପେଷ୍ଟ, ଫୁଡ୍‌ କଲର ପାଉଡର, ସୋରିଷ ତେଲ, କଟା ପିଆଜ, ଚିକେନ ପାଉଡର, ଗରମ ମସଲା ଓ ବଜାରରେ ମିଳୁଥିବା ଶୁଖା ଗୁପ୍‌ଚୁପ୍‌
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଶୁଖା ଗୁପ୍‌ଚୁପକୁ ଆଣି ତାକୁ ତେଲରେ ଛାଣନ୍ତୁ । କିମ୍ବା ଆପଣ ଚାହିଁଲେ ଏହାକୁ ଘରେ ତିଆରି କରିପାରିବେ । ଏହାପରେ ପରେ ଚିକେନ୍‌କୁ ଛୋଟ ଛୋଟ ପିସ୍‌ରେ କାଟି ଦିଅନ୍ତିୁ । ଏହାପରେ ଚିକେନ୍‌କୁ ଭଲ ଭାବେ ଧୋଇ ଦିଅ;ୁ । କଡେଇରେ ସୋରିଷ ତେଲ ଗରମ କର;ୁ । ସେଥିରେ କଟା ପିଆଜ ପକାଇ ଭାଜ;ୁ । ପିଆଜ ଲାଲ ହୋଇଯିବା ପରେ ସେଥିରେ ପିଆଜ, ଅଦା ଓ ରସୁଣ ପେଷ୍ଟ ପକା;ୁ । ତାକୁ ଭଲ ଭାବରେ କଷ;ୁ । ମସଲା କଷାରୁ ତେଲ ଛାଡ଼ିଲେ ଏଥିରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ, ଚିକେନ କରି ପାଉଡର ପକାଇ ଦୁଇ ଚାମଚ ପାଣି ଦିଅନ୍ତୁ । ପାଣି ଦେଲେ ଗୁଣ୍ଡ ମସଲା ତେଲରେ ପୋଡ଼ି ନଥାଏ । ଖାଦ୍ୟ ଆକର୍ଷଣ ଦେଖାଯିବା ପାଇଁ ପୁଡ୍‌ କଲର ପକାନ୍ତୁ । ଏହାକୁ ଚାହିଁଲେ ଆପଣମାନେ ସ୍କିପ୍‌ ମଧ୍ୟ କରିପାରିବେ । ଏବେ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକା;ୁ ।
ମସଲା ଭଲ ଭାବେ କଷି ହୋଇଯିବା ପରେ ସେଥିରେ କଟା ଚିକେନ୍‌କୁ ପକାଇ ଗୋଳାନ୍ତୁ । ଚିକେନ୍‌ ଭଲ ଭାବେ ମସଲାରେ ସିଝିବା ପାଇଁ ଗ୍ୟାସ୍‌ର ଆଞ୍ଚକୁ ସିମ୍‌ କରି କଡେଇକୁ ଏକ ଢ଼ାଙ୍କୁଣିରେ ଘୋଡ଼ାଇ ଦିଅନ୍ତୁ । ଚିକେନ୍‌ ସିଝ୍‌ ଗଲା ପରେ ସେଥିରେ ଗରମ ମସଲା ପକାଇ ଓହ୍ଲାଇ ଦିଅ;ୁ । ଏଥର ପ୍ରସ୍ତୁତ ହୋଇଗଲା ଗୁପ୍‌ଚୁପ୍‌ ପାଇଁ ଚିକେନ୍‌ ମସଲା । ଏହାପରେ ଗୁପ୍‌ଗୁପ୍‌ର ପାଣି ପ୍ରସ୍ତୁତ କରନ୍ତୁ । ଚିକେନ୍‌ ମସଲା ଟିକେ ଥଣ୍ଡା ହୋଇ ଆସିଲେ, ଗୁପ୍‌ଚୁପ୍‌ ପ୍ରସ୍ତୁତ କରି ପରିଜନଙ୍କୁ ପରଷନ୍ତୁ ।

Comments are closed.