ମିସ୍‌ ୟୁନିଭର୍ସ ଇଣ୍ଡିଆ୨୦୨୧ ମୁକୁଟ ପିନ୍ଧିଲେ ଚଣ୍ଡିଗଡ଼ ସୁନ୍ଦରୀ ହର୍‌ନାଜ ସନ୍ଧୁ

ଦିଲ୍ଲୀ : ଅକ୍‌ଟୋବର ୦୧: ଆଜି ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୧ ଫାଇନାଲ ରାଉଣ୍ଡ ରହିଥିଲା । ଏଥିରେ ଚଣ୍ଡିଗଡ଼ର ସୁନ୍ଦରୀ ହର୍‌ନାଜ ସନ୍ଧୁ ବିଜେତା ହୋଇ ମିସ୍‌ ୟୁନିଭର୍ସ ଇଣ୍ଡିଆର ମୁକୁଟ ଜିତି ନିଜ ରାଜ୍ୟର ଗୌରବ ବଢ଼ାଇଛନ୍ତି ।

ମିସ୍‌ ୟୁନିଭର୍ସ ଇଣ୍ଡିଆ୨୦୨୧ ମୁକୁଟ ପିନ୍ଧିଲେ ଚଣ୍ଡିଗଡ଼ ସୁନ୍ଦରୀ ହର୍‌ନାଜ ସନ୍ଧୁ

ଏବେ ୨୧ ବର୍ଷିୟା ସୁନ୍ଦରୀ ହରନାଜ୍‌ ମିସ୍‌ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ଭାରତ ତରଫରୁ ନେତୃତ୍ୱ ନେବେ । ତେବେ ଏହି ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବରରେ ଇସ୍ରାଏଲର ଇଲିୟଟ୍ରେ ଅନୁଷ୍ଠିତ ହେବ ।

ମିସ୍‌ ୟୁନିଭର୍ସ ଇଣ୍ଡିଆ୨୦୨୧ ମୁକୁଟ ପିନ୍ଧିଲେ ଚଣ୍ଡିଗଡ଼ ସୁନ୍ଦରୀ ହର୍‌ନାଜ ସନ୍ଧୁ

ଏହି ପ୍ରତିଯୋଗିତାରେ ପୁଣେର ରିତିକା ଖତନାନୀଙ୍କୁ ମିସ୍‌ ଡିଭା ସୁପର୍‌ ନେସ୍‌ନାଲ ୨୦୨୨ ମୁକୁଟ ପିନ୍ଧାଯାଇଛି । ସେ ଆଗକୁ ମିସ୍‌ ସୁପର୍‌ ନେସ୍‌ନାଲ ପ୍ରତିଯୋଗିତାର ୧୩ତମ ସଂସ୍କରଣରେ ଭାରତର ପ୍ରତିନିଧିତ୍ୱ କରିବେ । ସେହିପରି ଜୟପୁରର ସୋନାଲ କୁକ୍‌ରେଜାଙ୍କୁ ଲିଭା ମିସ୍‌ ଡିଭା ଫାଷ୍ଟ ରନର୍‌ ଅପ୍‌ର ମୁକୁଟ ପିନ୍ଧାଯାଇଛି ।

ମିସ୍‌ ୟୁନିଭର୍ସ ଇଣ୍ଡିଆ୨୦୨୧ ମୁକୁଟ ପିନ୍ଧିଲେ ଚଣ୍ଡିଗଡ଼ ସୁନ୍ଦରୀ ହର୍‌ନାଜ ସନ୍ଧୁ

୍‌ଖବର ଅନୁସାରେ, ଡିଭା ମିସ୍‌ ୟୁନିଭର୍ସ ଇଣ୍ଡିଆର ଫାଇନାଲ୍‌ ରାଉଣ୍ଡକୁ ୬ ଜଣ ସୁନ୍ଦରୀ ଯୋଗ୍ୟ ଭାବେ ବିବେଚିତ ହୋଇଥିଲେ । ଏଥିରେ ଅଙ୍କିତା ସିଂ, ଦିବିତା ରାୟ, ହର୍‌ନାଜ ସନ୍ଧୁ, ରିତିକା ଖତ୍‌ନାନୀ, ସୋନାଲ କୁକ୍‌ରେଜା ଏବଂ ତାରିଣୀ କାଲିଙ୍ଗରାୟଙ୍କ ରହିଥିଲେ । କି;ୁ ସେହି ସମସ୍ତ ସୁନ୍ଦରୀଙ୍କୁ ପଛରେ ପକାଇ ହର୍‌ନାଜ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୧ ମୁକୁଟ ଜିତିଛନ୍ତି ।

ମିସ୍‌ ୟୁନିଭର୍ସ ଇଣ୍ଡିଆ୨୦୨୧ ମୁକୁଟ ପିନ୍ଧିଲେ ଚଣ୍ଡିଗଡ଼ ସୁନ୍ଦରୀ ହର୍‌ନାଜ ସନ୍ଧୁ

ପଞ୍ଜାବର ମଡେଲ ହର୍‌ନାଜ ଅଭିନୟ, ଗୀତ, ନୃତ୍ୟ, ଯୋଗ, ପହଁରିବା, ଘୋଡା ଦୌଡ଼ ଓ ରୋଷେଇ କରିବାକୁ ଭଲ ପାଆନ୍ତି ବୋଲି ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ସେ ୨୦୧୭ରେ ଟାଇମ୍ସକ୍ରେସ୍‌ଫେସ୍‌ ମିସ୍‌ ଚଣ୍ଡିଗଡ଼ ମୁକୁଟ ଜିତିଛନ୍ତି । ଏହାଛଡ଼ାରେ ସେ ପଞ୍ଜାବୀ ଫିଲ୍ମ ‘ୟାରା ଦିୟା ପୁ ବରନ୍‌’ ଓ ‘ବାଇ ଜୀ କୁଟେଙ୍ଗେ’ରେ ଅଭିନୟ କରି ପଞ୍ଜବୀ ଦର୍ଶକଙ୍କ ମନ ଜିଣିସାରିଛନ୍ତି । ସେ ଚଣ୍ଡିଗଡ଼ର ସରକାରୀ ବାଳିକା ମହାବିଦ୍ୟାଳୟରେ ପାଠ ପଢିଛନ୍ତି । ଏବେ ସେ ପବ୍ଲିକ୍‌ ଆଡମିନିଷ୍ଟ୍ରେସ୍‌ରେ ମାଷ୍ଟର ଡିଗ୍ରୀ କରୁଛନ୍ତି ।

ମିସ୍‌ ୟୁନିଭର୍ସ ଇଣ୍ଡିଆ୨୦୨୧ ମୁକୁଟ ପିନ୍ଧିଲେ ଚଣ୍ଡିଗଡ଼ ସୁନ୍ଦରୀ ହର୍‌ନାଜ ସନ୍ଧୁ

ଏହି ବିଶାଳ ସମାରୋହର ଫାଇନାଲ୍‌ ରାଉଣ୍ଡରେ ଫ୍ୟାଶନ ଇଣ୍ଡଷ୍ଟ୍ରିର ନାମୀଦାମୀ ଡିଜାଇନର୍‌ ଅଭିନେତ୍ରୀ ମଲାଇକା ଆରୋରା, ଅଭିନେତ୍ରୀ କୃତି ସାନନ୍‌ ଉପସ୍ଥିତ ରହିଥିଲେ । ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ୨୦ ଜଣ ବିଶିଷ୍ଟ ଫ୍ୟାଶନ୍‌ ଡିଜାଇନର୍‌ ଅଭିଷେକ ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପରିଧାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ର୍ନିମାତା ଅଶ୍ୱିନୀ ଆୟର ତିୱାରୀ, ଗାୟିକା କନିକା କପୁର, ବିଶ୍ୱ ବିଲିୟର୍ଡ ଚାମ୍ପିଅନ୍‌ ପଙ୍କଜ ଆଡଭାନୀ, ଅଭିନେତା ଅଙ୍ଗଦ ବେଦୀ ସମାରୋହରେ ଉପସ୍ଥିତ ରହିଥିଲେ ।

Comments are closed.