୨୪ ଘଣ୍ଟାରେ ଦେଶରେ ୨୪, ୩୫୪ କରୋନା ସଂକ୍ରମିତ ଓ ୨୫, ୪୫୫ ସୁସ୍ଥ

ଦିଲ୍ଲୀ: ଅକ୍‌ଟୋବର ୨ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪, ୩୫୪ ରହିଛି । ଆଜିର ନୂଆ ଚିହ୍ନଟଙ୍କୁ ମିଶାଇ ଏବେ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୯୧ ହଜାର ୬୧ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୫, ୪୫୫ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭.୮୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୦ ଲକ୍ଷ ୬୮ ହଜାର ୫୯୯ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୭୩ ହଜାର ୮୮୯ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୨୩୪ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ୪ ଲକ୍ଷ ୪୮ ହଜାର ୫୭୩ ଜଣ ରୋଗୀଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୬୮ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୭୦ ପ୍ରତିଶତ ରହିଛି । ଦେଶରେ ଏପର୍ଯ୍ୟନ୍ତ ୮୯. ୭୪ କୋଟିରୁ ଅଧିକ କରୋନା ଟୀକା ନେଇ ସାରିଲେଣି ।

Comments are closed.