ଗୁଣ୍ଡୁଚିର ଚୋରି

ସର୍ବଦା ଇଣ୍ଟରନେଟ୍‌ରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ସେଥିମଧ୍ୟରୁ କେତେକ ବେଶ୍‌ ମଜାଳିଆ ହୋଇଥାଏ । ଏହିଭଳି ମଜାଳିଆ ଭିଡିଓ ଲୋକଙ୍କୁ ମଧ୍ୟ ବେଶ୍‌ ପସନ୍ଦ ହୋଇଥାଏ, ଯାହା ଫଳରେ ଏହା ଭାଇରାଲ ହେବାରେ ଲାଗିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି । ଘଟଣାଟି ଏକ ଗୁଣ୍ଡୁଚି ମୂଷାକୁ ନେଇ । ଗୋଟିଏ ଗୁଣ୍ଡୁଚି ମୂଷାର ଚୋରି ଧରାପଡିଛି । ଜୀବଟି ଚୋରି କରିଥିବା ସାମଗ୍ରୀକୁ ଏକ ସ୍ଥାନରେ ଲୁଚାଇ କରି ରଖିଥିଲା, ଯାହାର ଫଟୋ ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି । ଫଟୋଟିକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ଫଟୋଟିରେ ପ୍ରାୟ ୫ଟି ଗ୍ୟାଲନ୍‌ ନଜର ଆସିଛି ଯେଉଁଥିରେ ଅଖରୋଟ ପଶିଛି, ଏହାସହ ଗାଡିରେ ଆହୁରି ମଧ୍ୟ ଅଖରୋଟ ରହିଛି । ଏହି ସମୁଦାୟ ଅଖରୋଟକୁ ଏକ ଗୁଣ୍ଡୁଚି ମୂଷା ଚୋରି କରିଛି । ଯାହା ଲୋକଙ୍କ ଆଶ୍ଚର୍ଯ୍ୟ କରିଛି । ଲୋକମାନେ ଭିଡିଓଟିକୁ ବେଶ୍‌ ଭଲପାଇବା ଦେଉଛନ୍ତି । ତେବେ ସବୁଠଆରୁ ଆଶ୍ଚର୍ଯ୍ୟକଥା ହେଲା ସେ ଏହି ସମୁଦାୟ ଅଖରୋଟକୁ ମାତ୍ର ଚାରିଦିନ ମଧ୍ୟରେ ଚୋରି କରିଛି । ମୂଷାଟି ଅଖରୋଟ ଚୋରି କରିବା ପରେ ତାକୁ ନେଇ ଏକ କାରରେ ଲୁଚାଇ ସଂରକ୍ଷିତ କରି ରଖୁଥିଲା । ଘଟଣାଟି ସୋସିଆଲ ମିଡିଆରେ ଲୋକଙ୍କୁ ହସର ଖୋରାକ ଯୋଗାଉଛି ।

Comments are closed.