ଏନଫୋର୍ସମେଣ୍ଟ ସ୍କ୍ୱାଡ ଚଢ଼ାଉ : ୩୨ କେଜି ବାସି ଖାଦ୍ୟ ନଷ୍ଟ

ସୋନପୁର : ଗତକାଲି ଫୁଡ୍ସ ଏନେ®ାର୍ସମେଣ୍ଟ ସ୍କ୍ୱାଡ୍‌ ପକ୍ଷରୁ ସୋନପୁର ସହରର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ରାସ୍ତାପାର୍ଶ୍ୱ ଠେଲା ଦୋକାନରେ ଚଉ କରାଯାଇଛି । ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଉ କରାଯାଇଥିଲା । ସହରର ବିଭିନ୍ନ ଅଞ୍ଚଳର ୨୫ଟି ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନର ଖାଦ୍ୟ ନମୁନା ଯାଞ୍ଚ କରାଯାଇଥିଲା । ଏହି ଟିମ ସେହି ସବୁ ରେଷ୍ଟୁରାଣ୍ଟର ୩୨ କେଜି ବାସି ଖାଦ୍ୟ ନଷ୍ଟ କରିଛି । ସେହିପରି ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ହୋଟେଲ ମାଲିକଙ୍କ ନିକଟରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।ଏହି ଚଢଉରେ ଡା. ରମେଶ ଚନ୍ଦ୍ର ସ୍ୱାଇଁ, ଡା. ବିଷ୍ଣୁ ଚରଣ ମାଝୀ, ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାୟକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, କେଳାସ ଚନ୍ଦ୍ର ପାତ୍ର, ଶ୍ରୀବନ୍ତ ଖଣ୍ଡଗିରି, ରାଜୀବ ପ୍ରଧାନ ଓ ପୁଲିସ ସାମିଲ ଥିଲେ ।

Comments are closed.