ଦିିଲ୍ଲୀ: ଅକ୍ଟୋବର ୧୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୧୩୨ ରହିଛି । ସେହପରି ୨୪ ଘଣ୍ଟାରେ ୨୧, ୫୬୩ ଜଣ ସୁସ୍ଥ ହୋଇଛନ୍ତି । କେରଳରେ ସର୍ବାଧିକ ୧୦, ୬୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଆଜି ଅଧିକ ରହିଛି । ଯାହା ଏକ ଆଶ୍ୱସ୍ତିକର କଥା । ଦେଶରେ ସୁସ୍ଥତା ହାର ୯୮.୦୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୩ କୋଟି ୩୨ ଲକ୍ଷ ୯୩ ହଜାର ୪୭୮ ଜଣ କରୋନା ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୨୭ ହଜାର ୩୪୭ ରହିଛି ।
ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ୨୧୪ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୫୩ ପ୍ରତିଶତ ରହିଥିଲା ବେଳେ ଦୈନିକ ସଂକ୍ରମଣ ହାର ୧.୭୫ ପ୍ରତିଶତ ରହିଛି । ଦେଶରେ ଏପର୍ଯ୍ୟନ୍ତ ୯୫. ୧୯ କୋଟିରୁ ଅଧିକ ଜଣ କରୋନା ଟିକା ନେଇସାରିଲେଣି ।
Comments are closed.