କୁଆଡ଼େ ଗଲେ ଡାକ୍ତର? ସୁରକ୍ଷାକର୍ମୀ ମାପୁଛନ୍ତି ରକ୍ତଚାପ

ବରଗଡ଼ : ବରଗଡ଼ର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅର୍ବାନ ସିଏଚ୍ସି ମାନ୍ୟତା ପାଇବାକୁ ଦେଢ଼ ବର୍ଷ ବିତିଗଲାଣି । କି;ୁ, ଏଠାରେ ସୁରକ୍ଷାକର୍ମୀମାନେ ରୋଗୀଙ୍କ ରକ୍ତଚାପ ମାପୁଥିବା ଦେଖିବାକୁ ମିଳିଛି । ଏହି ଚିକିତ୍ସାଳୟ ଉପରେ ବରଗଡ଼ ସହରର ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି । ଏହାବାଦ୍‌ ଭେଡ଼େନ, ବରପାଲି ଅଞ୍ଚଳରୁ ରୋଗୀ ମଧ୍ୟ ଏଠାକୁ ଆସୁଛନ୍ତି ।

ଗୋଟିଏ ଅର୍ବାନ ସିଏଚ୍ସିରେ ୪ଜଣ ବିଶେଷଜ୍ଞ ଡାକ୍ତର, ୬ଜଣ ଏମ୍‌ବିବିଏଏସ୍‌ ଡାକ୍ତରଙ୍କ ସମେତ କର୍ମଚାରୀ ରହିବା କଥା । କି;ୁ ଏପର୍ଯ୍ୟନ୍ତ ଏଠାରେ ଜଣେ ସର୍ଜରି ବିଶେଷଜ୍ଞ, ଜଣେ ଭେଷଜ, ୨ଜଣ ଲେଖାଏଁ ଏମ୍‌ବିବିଏସ୍‌ ଡାକ୍ତର ଓ ସ୍ତ୍ରୀରୋଗ ଡାକ୍ତର ଅଛନ୍ତି । ଏସବୁ ଡାକ୍ତରଙ୍କୁ ରୋଟେସନ୍‌ ଭିତ୍ତିରେ ଦାୟିତ୍ୱ ଦିଆଯାଇଛି । ଯଦ୍ୱାରା ବିଭିନ୍ନ ସମୟରେ ରୋଗୀ ସଂଖ୍ୟାକୁ ଚାହିଁଲେ ଚିକିତ୍ସା ସେବା ଠିକ୍‌ ଭାବେ ମିଳିବା ମୁସ୍କିଲ ହୋଇପଡ଼ୁଛି । ଏହାର ଝଲକ୍‌ ଦେଖିବାକୁ ମିଳୁଛି ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସୁରକ୍ଷା କର୍ମୀମାନେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ସୁରକ୍ଷାକର୍ମୀମାନେ ରୋଗୀଙ୍କ ରକ୍ତଚାପ ମାପୁଥିବା ନଜରକୁ ଆସିଛି । ତେବେ ଦାୟିତ୍ୱରେ ରହୁଥିବା ଡାକ୍ତର କୁଆଡ଼େ ଯାଉଛନ୍ତି? ସୁରକ୍ଷାକର୍ମୀଙ୍କୁ ରୋଗୀ ସେବା ପାଇଁ ନିର୍ଦ୍ଦେଶ ଦେଲା କିଏ ? ଯଦି ରୋଗୀଙ୍କ କିଛି ଘଟେ , ତେବେ ଦାୟୀ କିଏ ହେବ? ଏଭଳି ଗୁଡ଼ାଏ ପ୍ରଶ୍ନ ଉଙ୍କିମାରୁଛି ରୋଗୀଙ୍କ ମନରେ । ଡାକ୍ତରୀସେବା ଜୁଟୁନଥିବାରୁ ଲୋକ ଓ ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି ।

Comments are closed.