ଜୟପୁର: ଅକ୍ଟୋବ ୧୨: ମହିଳା ଶିକ୍ଷକଙ୍କ ଉପରେ ନିଜ ମତ ଦେଇ ବିବାଦ ଘେରରେ ଫସିଛନ୍ତି ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସର । ସେ କହିଛନ୍ତି- ଯେଉଁ ସ୍କୁଲରେ ଅଧିକ ମହିଳା ଶିକ୍ଷକ ରହିଛନ୍ତି, ସେଠାରେ ଅଧିକ ଝଗଡ଼ା ହୋଇଥାଏ । ଶିକ୍ଷା ମନ୍ତ୍ରୀଙ୍କ ଏହି ବୟାନରେ ରାଜ୍ୟର ବହୁ ମହିଳା ଶିକ୍ଷକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ, ଅନ୍ତରାଷ୍ଟ୍ରିୟ ବାଳିକା ଦିବସ ଉପଲକ୍ଷେ ରାଜସ୍ଥାନରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଯୋଗ ଦେଇଥିଲେ । ସେଠାରେ ସେ ଏହି ବିବାଦୀୟ ବୟାନ ଦେଇଥିଲେ । ଏହାସହିତ ସେ ଆହୁରୀ କହିଥିଲେ ଯେ, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସରକାର ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି । ଅନେକ ସମୟରେ ମହିଳା ଶିକ୍ଷକଙ୍କୁ ଘର ପାଖ ଅଞ୍ଚଳରେ ନିଯୁକ୍ତି ମିଳୁଥିବାବେଳେ ପୁରୁଷ ଶିକ୍ଷକଙ୍କୁ ଦୂରରେ ନିଯୁକ୍ତି ମିଳୁଛି । ଫଳରେ ପୁରୁଷ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତେଣୁ ଶିକ୍ଷାଦାନର ମୂଲ୍ୟାୟନ କରି କାହିଁକି ନିଯୁକ୍ତି ଦିଆଯାଉନାହିଁ ବୋଲି ପୁରୁଷ ଶିକ୍ଷକ ଅଭିଯୋଗ କରିବାର ଅନେକ ନଜର ରହିଛି । ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରାଙ୍କ ଏମିତି କଥାରେ ଉପସ୍ଥିତ ପୁରୁଷ ଶିକ୍ଷକ ହସି ଉଠିଥିଲେ ଓ ଉପସ୍ଥିତ ଶିକ୍ଷୟିତ୍ରୀ ଅପମାନିତ ହୋଇଥିଲେ ।
ଅନ୍ତରାଷ୍ଟ୍ରିୟ ବାଳିକା ଦିବସ ଉପଲକ୍ଷେ ସେ ଟୁଇଟର ମାଧ୍ୟମରେ ମହିଳା ଓ ବାଳିକାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ସେ ମହିଳା ଓ ବାଳିକାଙ୍କୁ ସମ୍ମାନିତ କରିଥିଲା ବେଳେ ଏହିପରି ଅପମାନ ମବ୍ୟନ୍ତ ଦେଇଥିଲେ ।
प्रदेश की बेटियों को अंतर्राष्ट्रीय बालिका दिवस की हार्दिक शुभकामनाएं। इस अवसर पर आज ओटीएस एचसीएम- रीपा में राजस्थान स्कूल शिक्षा परिषद द्वारा आयोजित कार्यक्रम में हिस्सा लिया। कार्यक्रम में राजकीय विद्यालयों की प्रतिभावान बालिकाओं को सम्मानित किया गया।#InternationalGirlChildDay pic.twitter.com/n99DfUNZtz
— Govind Singh Dotasra (@GovindDotasra) October 11, 2021
ସୂଚନା ଯୋଗ୍ୟଯେ, ଦୁଇ ଦିନ ପୂର୍ବରୁ ବେଙ୍ଗାଲୁରୁର ଏକ କାର୍ଯ୍ୟକ୍ରମରେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ. ସୁଧାକର ମହିଳାଙ୍କ ବିବାହ ଓ ସନ୍ତାନ ପ୍ରସବ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ- ଦେଶର ଆଧୁନିକ ମହିଳାମାନେ ପିଲାଜନ୍ମ କରିବାକୁ ରାଜି ନୁହନ୍ତି । ସେମାନେ ଅବିବାହିତ ରହିବାକୁ ପସନ୍ଦ କରୁଛନ୍ତି । ଆଉ ବାହାହେଲା ପରେ ପିଲାଜନ୍ମ କରିବାକୁ ରାଜି ହେଉନାହାନ୍ତି । ସରୋଗାସି ମାଧ୍ୟମରେ ପିଲାଜନ୍ମ କରିବାକୁ ଚାହିୁଁଛନ୍ତି ।
Comments are closed.