ଦିଲ୍ଲୀ: ଅକ୍ଟୋବର ୧୩ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫, ୮୨୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୨, ୮୪୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୦୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୩ ଲକ୍ଷ ୪୨ ହଜାର ୯୦୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୦୭ ହଜାର ୬୫୩ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୨୨୬ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୪୬ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୧୯ ପ୍ରତିଶତ ରହିଛି । ଦେଶରେ ଏପର୍ଯ୍ୟନ୍ତ ୯୬. ୪୩ କୋଟିରୁ ଅଧିକ କରୋନା ଟିକା ନେଇ ସାରିଲେଣି । ଗତକାଲି କରୋନ ପ୍ରତିରୋଧ ପାଇଁ ୨ରୁ ୧୮ ବର୍ଷର ବର୍ଗଙ୍କୁ କୋଭାକ୍ସିନ୍ ଟିକା ପ୍ରଦାନ ପାଇଁ ଅନୁମତି ଦେବା ଲାଗି ଡ଼୍ରଗ୍ସ କଣ୍ଟ୍ରେଲୋର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ଙ୍କୁ ପ୍ରସ୍ତାବ ଦିଆଯାଇଛି । ସବୁ ଦିଗକୁ ପରୀକ୍ଷା ନୀରିକ୍ଷା ପରେ ଏହି ପ୍ରସ୍ତାବ ଦିଆଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।
Comments are closed.