୨୪ ଘଣ୍ଟାରେ ଦେଶରେ ୧୩, ୦୫୮ କରୋନା ସଂକ୍ରମିତ ଓ ୧୯, ୪୭୦ ସୁସ୍ଥ

ଦିଲ୍ଲୀ: ଅକ୍‌ଟୋବର ୧୯ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩, ୦୫୮ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୯, ୪୭୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮.୧୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୪ ଲକ୍ଷ ୫୮ ହଜାର ୮୦୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୮୩ ହଜାର ୧୧୮ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୧୬୪ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ୪ ଲକ୍ଷ ୫୨ ହଜାର ୪୫୪ ଜଣ ରୋଗୀଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୩୬ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୧୧ ପ୍ରତିଶତ ରହିଛି । ଦେଶରେ ଏପର୍ଯ୍ୟନ୍ତ ୯୮.୬୭ କୋଟିରୁ ଅଧିକ କରୋନା ଟିକା ନେଇ ସାରିଲେଣି ।

Comments are closed.