ବିରଳ ହଳଦିଅ ରଙ୍ଗର ‘କ୍ୟାଟଫିସ୍‌’ ଧରିଲେ ଯୁବକ

ନେଦରଲ୍ୟାଣ୍ଡ: ଅକ୍‌ଟୋବର ୨୫: ଏକ ବିରଳ ମାଛକୁ ଧରି ନେଦରଲ୍ୟାଣ୍ଡର ଜଣେ ମତ୍ସ୍ୟଜୀବୀ ଚର୍ଚ୍ଚାକୁ ଆସିଛନ୍ତି । ମାର୍ଟିନ ଗ୍ଲେଟଜ୍‌ ନାମକ ଜଣେ ମତ୍ସ୍ୟଜୀବୀ ଏପରି ଏକ ମାଛ ଧରିଛନ୍ତି, ଯାହାକୁ ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହେବା ସହ ସାରା ବିଶ୍ୱକୁ ଚକିତ କରିଛନ୍ତି । ତାଙ୍କ ଜାଲରେ ହଳିଦିଆ ରଙ୍ଗର କ୍ୟାଟ୍‌ଫିସ୍‌ ପଡ଼ିଥିଲା, ଯାହା ପ୍ରାୟତଃ ଦୁର୍ଲଭ ସହ ବିରଳ ।

 ବିରଳ ହଳଦିଅ ରଙ୍ଗର ‘କ୍ୟାଟଫିସ୍‌’ ଧରିଲେ ଯୁବକ

ଏହି େୱଲ୍ସ କ୍ୟାଟଫିସ୍‌ ୟୁରୋପର ନଦୀ ଏବଂ ହ୍ରଦରେ ପ୍ରଚୁର ପରିମାଣରେ ମିଳିଥାନ୍ତି । ଯଦି ଏହି ମାଛ ପୂର୍ଣ୍ଣମାତ୍ରାରେ ବିକଶିତ ହୋଇ ଜୀବିତ ହୋଇ ରୁହନ୍ତି ତାହେଲେ ସେମାନେ ୨.୭ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତି । କିନ୍ତୁ ଧରାପଡ଼ିଥିବା କ୍ୟାଟ୍‌ଫିସ୍‌ର ରଙ୍ଗ ଉଜ୍ୱଳ ଏବଂ ହଳଦିଆ ହେବା ପଛର ମୁଖ୍ୟ କାରଣ ହେଉଛି ଜେନେଟିକ ରୋଗ, ଯାହାକୁ ଲୁ୍ୟସିଜମ୍‌ ନାମରେ ଜଣାଶୁଣା । ଏହି ରୋଗ ମାଛର ଶରୀରକୁ ଉଜ୍ଜ୍ୱଳ ହଳଦିଆ ରଙ୍ଗରେ ପରିବର୍ତ୍ତିତ କରିଥାଏ । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଲୁ୍ୟସିଜମ ହେଉଛି ଏପରି ଏକ ଅବସ୍ଥା ଯାହା ଚର୍ମ ଏବଂ କେଶ ରଙ୍ଗର କ୍ଷତି ଘଟାଇଥାଏ । ଏହି ଅବସ୍ଥା ପକ୍ଷୀ, ସ୍ତନ୍ୟପାୟୀ ପ୍ରାଣୀ ଏବଂ ସରୀସୃପମାନଙ୍କଠାରେ ଦେଖାଯାଏ ।

 ବିରଳ ହଳଦିଅ ରଙ୍ଗର ‘କ୍ୟାଟଫିସ୍‌’ ଧରିଲେ ଯୁବକ

ଏହା ପୂର୍ବରୁ ଏହି ରୋଗରେ ପେଙ୍ଗୁଇନ ପରି ଅନ୍ୟ ଜୀବ ପ୍ରଭାବିତ ହୋଇଛନ୍ତି । ତେବେ ଏହି ରୋଗ ଦ୍ୱାରା ଆଖି ଉପରେ କୌଣସି ପ୍ରଭାବ ପଡ଼େନାହିଁ । ମନୁଷ୍ୟ ପାଇଁ ବହୁତ ଆକର୍ଷଣୀୟ ହୋଇଥିଲେ ମଧ୍ୟ ଲୁ୍ୟସିଜମ୍‌ ରୋଗାଗ୍ରସ୍ତ ଜୀବ ସର୍ବଦା ବିପଦରେ ପଡ଼ିଥାନ୍ତି । ଉଜ୍ଜ୍ୱଳ ଶରୀର ହିଁ ତାଙ୍କ ପାଇଁ ବିପଦ ହୋଇଥାଏ କାରଣ ଶିକାରୀଙ୍କୁ ଅତି ସହଜରେ ଏହି ଜୀବମାନେ ଦୃଶ୍ୟମାନ ହୋଇପାରିଥାନ୍ତି । ଏହା ପୂର୍ବରୁ ୨୦୧୭ରେ ଆମେରିକାର ମିସିସିପି ନଦୀରେ ଏକ ହଳଦିଆ ରଙ୍ଗର କ୍ୟାଟଫିସ୍‌ ଦେଖାଯାଇଥିଲା ।

Comments are closed.