ରାଜ୍ୟରେ ବଢ଼ିବ ଶୀତ: ଆସନ୍ତା ୨୯ରୁ ୨ତାରିଖ ମଧ୍ୟରେ ୨ କିମ୍ବା ୩ଡିଗ୍ରୀ ସେଲସିୟସ୍‌ ତାପମାତ୍ରା କମିବ

ଭୁବନେଶ୍ୱର: ଅକ୍‌ଟୋବର ୨୮ : ରାଜ୍ୟରେ ଏବେ ଉତ୍ତରା ପବନ ବହୁଛି । ଫଳରେ ପାଗ ଶୁଖିଲା ଓ ଖରାଟିଆ ରହୁଛି । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ । ଏଥିଯୋଗୁଁ ଆସନ୍ତା ୨୯ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ୍‌ କମିପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନ ମିଳିଛି । ଏହା ପ୍ରଭାବରେ ରାଜ୍ୟରେ ଥଣ୍ଡା ପ୍ରକୋପ ସାମାନ୍ୟ ବଢିବ ।

ସୂଚନା ଅନୁଯାୟୀ, ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ତାମିଲନାଡୁ ଓ କେରଳରେ ବର୍ଷା ହେବ । ଏହାର ପ୍ରଭାବରେ ଅକେଫାବର ୩୧ ଓ ନଭେମ୍ବର ୧ରେ ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ପାଗ ମେଘୁଆ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଥାଇଲାଣ୍ଡରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପର ଅଂଶବିଶେଷ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୩୦ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତେବେ ନଭେମ୍ବର ୨ରେ ଏହା ଦୁର୍ବଳ ହେବାର ସମ୍ଭାବନା ରହିଛି ।

କି;ୁ ଲଘୁଚାପ ବଳୟ ବଙ୍ଗୋପସାଗରରେ ବିସ୍ତୃତ ହେବା ସହ ଉତ୍ତର-ପୂର୍ବ ମୌସୁମୀ ବାୟୁକୁ ସକ୍ରିୟ କରାଇବ । ଏହାଦ୍ୱାରା ତାମିଲନାଡୁ ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଛି । ଫଳରେ ନଭେମ୍ବର ୪ ଓ ୫ରେ ଉପକୂଳ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା ଅଛି । ଏହାର ପ୍ରଭାବରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାର ସମୁଦ୍ର ସଂଲଗ୍ନ ଅଞ୍ଚଳରେ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.