ବରଗଡ଼: ଅକ୍ଟୋବର ୩୦ : ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍ ଷ୍ଟେସନ ସ୍ଥାପନ କରିଥିଲେ । କି;ୁ ତାହା କାର୍ଯ୍ୟକ୍ଷମ ନହୋଇ ଅଚଳ ହୋଇ ପଡିରହିଛି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏସ୍ .ଇ ଇଲେକଫ୍ରିକାଲ ବରଗଡ଼ ସୁରେନ୍ଦ୍ର ହୋତାଙ୍କୁ ଆପ୍ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୨୦୧୩ ମସିହାରେ ଏହି ଗ୍ରୀଡ଼ କୁ ତତ୍କାଳୀନ ରାଜସ୍ୱ କମିଶନର ପ୍ରମୋଦ କୁମାର ମେହେର୍ଦ୍ଦା ଉଦଘାଟନ କରିଥିଲେ । ଯାହାକି ୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ଏଥିରେ ଦୁଇଟି ୫୦୦ କେଭିର ଟ୍ରାନ୍ସଫର୍ମର ଲାଗିଥିବା ବେଳେ ସିଧାସଳଖ ପଧାନପାଲି ଗ୍ରୀଡ଼ ସହ ଏହାକୁ ସଂଯୋଗ କରିବାକୁ ଯୋଜନା କରାଯାଇଥିଲା ।
କି;ୁ ଦୀର୍ଘ ୮ ବର୍ଷ ବିତିଯାଇଥିଲେ ବି ଏହି ଗ୍ରୀଡ଼ ସମ୍ପୂର୍ଣ୍ଣ ଖତ ଖାଉଛି । ଅନ୍ୟପଟେ ପୁରୁଣା ୧୦୦ କେଭି ଟ୍ରାନ୍ସଫର୍ମର ରେ ହସ୍ପିଟାଲ ଚାଲୁଛି ଯାହାକି ରୋଗୀ ଏବଂ ବରଗଡ଼ବାସୀଙ୍କ ପାଇଁ ଉପହାସ ପାଲଟିଛି । ଅନେକ ସମୟରେ ଡାକ୍ତରଖାନାରେ ବିଜୁଳି ରହୁନଥିବାରୁ ଟର୍ଚ୍ଚ ଲାଇଟ ମାଧ୍ୟମରେ ରୋଗୀଙ୍କୁ ଡାକ୍ତର ଚିକିତ୍ସା କରୁଥିବା ଖବର ଆସୁଛି । ୨ କୋଟି ଟଙ୍କାର ଗ୍ରୀଡ଼ ସବ୍ ଷ୍ଟେସନ ୮ ବର୍ଷ ହେଲା ଖତ ଖାଉଛି କାହାର ନଜର ନାହିଁ ଯାହାକି ଦୁଃଖର ବିଷୟ । ଏହି ଗ୍ରୀଡ଼ କୁ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ନକଲେ ଆନ୍ଦୋଳନ କରିବାକୁ ଆମ୍ ଆଦମୀ ପାର୍ଟି ଚେତାବନୀ ଦେଇଛି । ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ନେତ୍ରୀ ମରିୟମ ବାର୍ଲା,ସ୍ୱରୂପ ଭୋଇ, ସଚେତନ ନାଗରିକ ମଞ୍ଚର ଶିବାନନ୍ଦ ମଟାରି ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.