ଆଜିକାଲି କେଶ ଝଡ଼ିବା, ରୁପି, ଅସମୟରେ କେଶ ପାଚିବା ସାଧାରଣ ସମସ୍ୟା ହୋଇଗଲାଣି । ଲୋକମାନେ ଦାମୀ ସାମ୍ପୁ ଏବଂ ପ୍ରସାଧନ ସାମଗ୍ରୀକୁ ବ୍ୟବହାର କରି ଏହାର ଚିକିତ୍ସା ଖୋଜନ୍ତି । ହେଲେ ରୋଷେଇ ଘରେ ଏପରି ଏକ ଜିନିଷ ରହିଛି ଯାହା ଦ୍ୱାରା ଏସମସ୍ତ ସମସ୍ୟାର ସମାଧାନ କରାଯାଇପାରିବ । କେବଳ ତରକାରୀର ସ୍ୱାଦ ବଢ଼ାଇବାରେ ଭୃସଙ୍ଗ ପତ୍ର ସାହାଯ୍ୟ କରେ ନାହିଁ ବରଂ କେଶ ସମସ୍ୟାରୁ ମୁକ୍ତି ଦେଇଥାଏ ।
– ନଡ଼ିଆ ତେଲରେ କିଛି ଭୃସଙ୍ଗ ପତ୍ରକୁ ପକାଇ ଭାଜନ୍ତୁ । ପତ୍ରର ରଙ୍ଗ କଳା ହେବା ପର୍ଯ୍ୟନ୍ତ ତେଲକୁ ରାନ୍ଧନ୍ତୁ । ଏହା ପରେ ତେଲକୁ ଛାଣି କୌଣସି ଡବାରେ ରଖନ୍ତୁ । ଏହି ତେଲକୁ ନିୟମିତ ଭାବେ ମୁଣ୍ଡରେ ଲଗାନ୍ତୁ ଦେଖିବେ କେଶ ଝଡ଼ିବା ଆପେ ଆପେ କମିଯିବ ।
– ରୁପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭୃସଙ୍ଗ ପତ୍ରକୁ ବାଟି ଦହିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁଣ୍ଡରେ ଲଗାଇ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ମୁଣ୍ଡକୁ ସଫା କରିଦିଅନ୍ତୁ । ସପ୍ତାହକୁ ଦୁଇ ଥର ଏପରି କଲେ ରୁପି ସମସ୍ୟା କମିଯିବ ।
– ଲମ୍ବା ଓ ଘନ କେଶ ପାଇଁ ଭୃସଙ୍ଗ ପତ୍ର, ମେଥି ଏବଂ ଅଁଳାକୁ ଏକତ୍ର ବାଟି ଏକ ପେଷ୍ଟ କରନ୍ତୁ । ଏହି ପେଷ୍ଟକୁ କେଶର ମୂଳରେ ଲଗାନ୍ତୁ ଏବଂ ୧୫ ମିନିଟ ପରେ ସାମ୍ପୁରେ ଧୋଇଦିଅନ୍ତୁ । ଦେଖିବେ ଆପଣ ଫରକ ଜାଣିପାରିବେ ।
– ନଡ଼ିଆ ତେଲକୁ କମ୍ ତାପରେ ଗରମ କରନ୍ତୁ ଏବଂ ଏଥିରେ ମେଥି ପକାନ୍ତୁ । ମେଥି ଦାନା ଲାଲ ହେବା ପରେ ଭୃସଙ୍ଗ ପତ୍ର ପକାନ୍ତୁ । ଏହି ତେଲରେ ପିଆଜ ପକାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ । ତେଲ ଥଣ୍ଡା ହେବା ପରେ ଏହାକୁ ଛାଣି ମୁଣ୍ଡରେ ଲଗାଇପାରିବେ ।
ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ମୁଣ୍ଡରେ ଲଗାଇ ମାଲିସ କରନ୍ତୁ ଏବଂ ସକାଳେ ମୁଣ୍ଡ ଧୋଇଦିଅନ୍ତୁ । ଦେଖିବେ ଧୀରେ ଧୀରେ କେଶ ପାଚିବା କମ୍ ହୋଇଯିବ ।
Comments are closed.