ଟ୍ରାଫିକ ନିୟମ ଉଲ୍ଲଘଂନ କରି ଚାଉଥିଲେ ବାଇକ୍‌: ପୋଲିସ ଅଟକାଉ ଥିଲା ବେଳେ ଗାଡ଼ିରୁ ଖସି ୩ ଗୁରୁତର

ବ୍ରହ୍ମପୁର: ନଭେମ୍ବର ୨୨: ମହଙ୍ଗା ପଡ଼ିଲା ଟ୍ରାଫିକ ନିୟମ ଉଲ୍ଲଂଘନ । ଟ୍ରାଫିକ ନିୟମ ଭାଙ୍ଗି ଗୋଟିଏ ବାଇକରେ ୩ଜଣ ଯୁବକ ଯିବା ସମୟରେ ପୋଲିସ ଅଟକାଇଥିଲା । ଫଳରେ ଘଟଣାସ୍ଥଳରେ ଚଳନ୍ତା ବାଇକରୁ ଖସି ୩ଜଣ ଆହତ ହୋଇଛନ୍ତି । ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଘଚିଛି, ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଓଭରବ୍ରିଜ ନିକଟରେ ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଗୋଷାଣୀ ନୂଆଗାଁ ସଭରବ୍ରିଜ୍‌ରେ ଟ୍ରାଫିକ୍‌ ଯାଞ୍ଚ ଚାଲିଥିଲା । ଏହି ସମୟରେ ୩ ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସିଥଲେ । ପୋଲିସକୁ ଦେଖି ଗାଡ଼ି ଅଟକାଇବା ପରିବର୍ତ୍ତେ ସେମାନେ ଗାଡ଼ି ଦ୍ରୁତ କରି ଖସି ପାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଜଣେ ପୋଲିସ ସେମାନଙ୍କୁ ଅଟକାଇବାକୁ ଯାଇ ବାଡ଼ିରେ ପିଟି ଦେଇଥିଲେ ଏବଂ ଟ୍ରାଫିକ୍‌ ନୀୟମ ଉଲ୍ଲଂଘନକାରୀଙ୍କୁ ଧିରିବା ପାଇଁ ଆଗ ଆଡ଼ୁ ଆଉ ଦୁଇ ଜଣ ପୋଲିସ ଅଧିକାରୀ ଆସିଥିଲେ । ଫଳରେ ୩ଜଣ ଯୁବକ ଚଳନ୍ତା ଗାଡ଼ିରୁ ଭରସାମ୍ୟ ହରାଇ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ହିଁ ସେମାନେ ଗୁରୁତର ଆହତ ହୋଇଥିଲେ । ୩ଜଣଙ୍କୁ ଏମକେସିଜି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

Comments are closed.