ଦିଲ୍ଲୀ: ଡିସେମ୍ବର ୦୮: ଭାରତର ପୂର୍ବ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଅନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଏବଂ ନିର୍ବାଚନ ସହାୟତା ସଂସ୍ଥାନ (ଆଇଡିଇଏ)ର ବୋର୍ଡରେ ପରାମର୍ଶଦାତା ଭାବେ ଯୋଗଦେବାକୁ ଆମନ୍ତ୍ରିତ କରାଯାଇଛି । ସୁନୀଲ ଆରୋରାଙ୍କର ଅନ୍ତରାଷ୍ଟ୍ରୀୟ ସଂସ୍ଥାନ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେବାରେ ସମୃଦ୍ଧ ନେତୃତ୍ୱ ଅନୁଭବ, ଜ୍ଞାନ ଏବଂ କୌଶଳ ରହିଛି । ସଂସ୍ଥାନକୁ ୧୫ ସଦସ୍ୟ ବିଶିଷ୍ଟ ପରାମର୍ଶଦାତା ବୋର୍ଡ ଦ୍ୱାରା ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ ବିଭିନ୍ନ ପ୍ରକାରର ପୃଷ୍ଠଭୂମିରୁ ଆସିଥିବା ପ୍ରତିଷ୍ଠିତ ବ୍ୟକ୍ତି ତଥା ବିଶେଷଜ୍ଞ ସାମିଲ ରହିଥାନ୍ତି ।
ସୂଚନା ଥାଉଯେ, ଇଣ୍ଟରନାସନାଲ ଇନଷ୍ଟିଚୁ୍ୟଟ ଫର ଡେମୋକ୍ରେସି ଏବଂ ଇଲୋକ୍ଟୋରାଲ ଆସିଷ୍ଟସ୍ (ଆଇଡିଇଏ) ୧୯୯୫ରେ ସ୍ୱିଡେନର ଷ୍ଟକହୋମଠାରେ ସ୍ଥାପିତ ଏକ ଅନ୍ତ ସରକାରୀ ସଂଗଠନ ଅଟେ । ଯାହାର ଲକ୍ଷ୍ୟ ସମଗ୍ର ଦେଶରେ ସ୍ଥାୟୀ ଲୋକତନ୍ତ୍ରର ସମର୍ଥନ କରିବା । ଇଣ୍ଟରନାସନାଲ ଆଇଡିଇଏରେ ବର୍ତ୍ତମାନ ୩୪ ସଦସ୍ୟ ଦେଶ ରହିଛନ୍ତି । ଯେଉଁଥିରେ ସମସ୍ତ ମହାଦ୍ୱୀପଗୁଡ଼ିକର ବଡ଼ ଏବଂ ଛୋଟ, ପୁରୁଣା ଏବଂ ନୂଆ ଲୋକତନ୍ତ୍ର ସାମିଲ ରହିଛି । ଭାରତ ଆଇଡିଇଏର ସଂସ୍ଥାପକ ସଦସ୍ୟମାନଙ୍କ ମଧ୍ୟରେ ଅନ୍ୟତ । ସୁନୀଲ ଅରୋଡା ୨ ଡିସେମ୍ବର ୨ଠ୧୮ରୁ ୧୨ ଅପ୍ରେଲ ୨ଠ୨୧ ପର୍ଯ୍ୟନ୍ତ ଭାରତର ୨୩ତମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିଲେ । ସେ ଭାରତର ନିର୍ବାଚନ ଆୟୁକ୍ତ ଭାବରେ ୧ ସେପେଫମ୍ବର ୨ଠ୧୭ରେ ଭାରତ ନିର୍ବାଚନ ଆୟୋଗରେ ଦାୟିତ୍ୱ ଗ୍ରହଣ କରିଥିଲେ ।
ସୁନୀଲଙ୍କ ନେତୃତ୍ୱରେ, ଭାରତର ନିର୍ବାଚନ ଆୟୋଗ ୯୩ଠ ମିଲିଅନରୁ ଊର୍ଦ୍ଧ୍ୱ ମତଦାତାମାନଙ୍କର ଏକୀକୃତ ଡାଟାବେସ ଏବଂ ଏକ ରାଷ୍ଟ୍ର ବ୍ୟାପୀ ହେଲ¬ଲାଇନ ତିଆରି କରି ଦେଶର ଡିଜିଟାଲ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ସିଟିଜେନ ଭିଜିନ ସହାୟତା ପାଇଁ ସେ ଏକ ନବନ୍ମେଷୀ ଉପକରଣ- ସିଭିଜିନ ଆପ୍ ପ୍ରଚଳନ କରିଥିଲେ । ଏହି ଆପ୍ ମଧ୍ୟରେ ନିର୍ବାଚନ ହେଉଥିବା ସ୍ଥାନରେ ନାଗରିକମାନଙ୍କୁ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ମାମଲାର ରିପୋର୍ଟ କରିବାରେ ସକ୍ଷମ ହୋଇଥାଏ ।
Comments are closed.