ୱାନଡେ ସିରିଜ୍‌ର ଅଧିନାୟକ ପଦ ଛାଡୁନଥିଲେ କୋହଲି: ବିସିସିଆଇ ଦେଲେ ୪୮ ଘଣ୍ଟାର ଅଲ୍‌ଟିମାଟମ୍‌

ଦିଲ୍ଲୀ: ଡିସେମ୍ବର ୦୯: ଟି-୨୦ ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରି ହାରିବା ପରେ ଦଳରେ ଏକ ବିରାଟ ପରିବର୍ତ୍ତନ ଆସିଥିଲା । କୋହଲି ନିଜ ତରଫରୁ ଟି-୨୦ ଫର୍ମାଟରେ ଅଧିନାୟକ ପଦ ଛାଡିଦେଇଥିଲେ । ହେଲେ ଏହାରି ମଧ୍ୟରେ ବିସିସିଆଇ କମିଟି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି । କମିଟି କୋହଲିଙ୍କ ହାତରୁ ୱାନଡେ ସିରିଜ୍‌ ବା ଦିନିକିଆ ଅଧିନାୟକ ପଦ ଛଡ଼ାଇ ନେଇଛି । ଦଳ ଖରାପ ପଦର୍ଶନ କରିବାରୁ କୋହଲିଙ୍କ ହାତରୁ ଅଧିନାୟକ ପଦ ଯାଇଛି । ହେଲେ କୋହଲି ଅଧିନାୟକ ପଦ ଛାଡ଼ିବାକୁ ଚାହୁଁନଥିଲେ । ଏଣୁ ବିସିସିଆଇ ତାଙ୍କୁ ୪୮ ଘଣ୍ଟାର ଅଲ୍‌ଟିମାଟମ୍‌ ଦେଇଥିଲା । ଏହି ସମୟ ମଧ୍ୟରେ କୋହଲିଙ୍କୁ ଉତ୍ତର ରଖିବାକୁ କୁହଯାଇଥିଲା ।

ଏହିପରିକି, ବିସିସିଆଇ କିମିଟି କୋହଲିଙ୍କ ଉତ୍ତରକୁ ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା । ହେଲେ ସେ କୌଣସି ଉତ୍ତର ଦେଇନଥିଲେ । ଶେଷରେ ୪୮ ଘଣ୍ଟା ପରେ କମିଟି ରୋହିତ ଶର୍ମାଙ୍କୁ ଦିନିକିଆର ଅଧିନାୟକତ୍ୱ ଭାର ଗ୍ରହଣ କରିବା ପାଇଁ ଘୋଷଣା କରିଥିଲା ।
ତେବେ ରୋହିତଙ୍କ ପଦର୍ଶନ ଏବଂ ୨୦୨୩ ବିଶ୍ୱକପକୁ ନଜରରେ ରଖି ବିସିସିଆଇ କମିଟି ଅଧିନାୟକତ୍ୱ ପଦ ତାଙ୍କୁ ଦେଇଛି । ହେଲେ ଏପର୍ଯ୍ୟନ୍ତ କୋହଲିଙ୍କ ତରଫରୁ କୌଣସି ଉତ୍ତର ମିଳିନାହିଁ ।

Comments are closed.