ନୁ୍ୟୟର୍କ : ଜାନୁଆରୀ ୧୦: ନୁ୍ୟୟର୍କ ସହରର ବ୍ରୋନ୍କ୍ସ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୯ ଜଣଙ୍କ ମୃତୁ୍ୟ ହୋଇଥିଲା ବେଳେ ମୃତକଙ୍କ ମଧ୍ୟରେ ୯ ଜଣ ଶିଶୁ ରହିଥିବା ନୁ୍ୟୟର୍କ କମିଶନର ଡ୍ୟାନିଏଲ ନିଗ୍ରୋ ସୂଚନା ପ୍ରଦାନ କରିଛନ୍ତି । ଏହି ଘଟଣାରେ ୬୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛ;ି । ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ନୁ୍ୟୟର୍କ ସମୟ ଅନୁସାରେ, ଗତକାଲି ଦିନ ପ୍ରାୟ ୧୧ଟାରେ ୧୫ ମହଲା ବିଶିଷ୍ଟ ବ୍ରୋନ୍କ୍ସ ଆପାର୍ଟମେଣ୍ଟର ଦ୍ୱିତୀୟ ଓ ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ପ୍ରାୟ ୨୦୦ ଜଣ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଥିଲେ ।
Approximately 200 FDNY members are operating on scene of a 5-alarm fire at 333 East 181 Street in the Bronx. There are currently 31 serious injuries to civilians. pic.twitter.com/yrTYwOfonH
— FDNY (@FDNY) January 9, 2022
ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ସେଠିକାର ପରିବେଶ ଧୂଆଁମୟ ହୋଇଯାଇଥିଲା । ହିଟର୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ନିଆଁ ଲାଗିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଅଗ୍ନିକାଣ୍ଡରୁ ବର୍ତ୍ତିଥିବା ଜଣେ ବ୍ୟକ୍ତିଙ୍କ କହିଛନ୍ତି , ନିଆଁ ଲାଗିବା ସମୟରେ ପ୍ରଥମେ ଫାୟାର୍ ଆଲାର୍ମ ବାଜିଥିଲା । ହେଲେ ଲୋକ ଏହାକୁ ଫେକ୍ ବା ମିଛ ଆଲାର୍ମ ବୋଲି ଭାବିଥିଲେ ।
ପରେ ଫୋନ୍କୁ ନିଆଁ ଲାଗିବାର ନେଟିଫିକେସନ୍ ଆସିବା ପରେ ଲୋକ ଆତଙ୍କିତ ହୋଇ ବାହାରକୁ ଦୌଡ଼ିବାକୁ ଲାଗିଥିଲେ । ଏହି ସମୟ ମଧ୍ୟରେ ଅଗ୍ନି ଚାରିଆଡ଼େ ବ୍ୟାପିଯାଇଥିଲା ଏବଂ ସମୂର୍ଣ୍ଣ ସ୍ଥାନ ଧୂଆଁମୟ ହୋଇସାରିଥିଲା ।
ନୁ୍ୟୟର୍କ ସିଟିରେ ଏହା ସବୁଠାରୁ ବଡ଼ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡକୁ ୧୯୯୦ ମସିହାରେ ହ୍ୟାପି ଲ୍ୟାଣ୍ଡ ସୋଶାଲ କ୍ଲବରେ ହୋଇଥିବା ଭୀଷଣ ଅଗ୍ନିକାଣ୍ଡ ସହ ନୁ୍ୟୟର୍କ କମିଶନର ଡ୍ୟାନିଏଲ ନିଗ୍ରୋ ତୁଳନା କରିଛନ୍ତି ।
Comments are closed.