ପାଣାଜି: ଜାନୁଆରୀ ୧୦: ଗୋଆର ନିର୍ବାଚନ ହେବା ପୂର୍ବରୁ ଶାସିତ ଦଳ ବିଜେପିକୁ ବଡ଼ ଝଟକା ଲାଗିଛି । ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରୁ ବନ୍ଦର ମନ୍ତ୍ରୀ ମାଇକେଲ ଲୋବୋ କ୍ୟାବିନେଟ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହିତ ସେ ଆଜି ଅପରାହ୍ନ ୪ଟା ସମୟରେ କଂଗ୍ରେସରେ ମିଶିବେ ବୋଲି ସୂଚନା ମିଳିଛି । ଗୋଆର ଲୋକପ୍ରିୟ ମନ୍ତ୍ରୀ ମାଇଲେଙ୍କ ଇସ୍ତଫା ଫଳରେ ରାଜ୍ୟ ବିଜେପି ଦଳର ଏକ ବଡ଼ କ୍ଷତି ହୋଇଛି ।
ବିଜେପି ଛାଡ଼ିବା ନେଇ ମାଇକେଲ କହିଛନ୍ତି, ଗୋଆରେ ବିଜେପି ଏତେ ଆଗକୁ ବଢ଼ିଯାଇଛି ଯେ, ତୃଣମୂଳସ୍ତରରେ ଥିବା କର୍ମୀ ଛୋଟ ହୋଇଯାଇଛନ୍ତି । ତେଣୁ ଦଳରୁ ସେମାନଙ୍କୁ କୋଣ ଠେସା କରାଯାଉଛି । ତେବେ ବିଦାୟ ବେଳେ ବିଜେପି ସହ ବିତାଇଥିବା ଲମ୍ବା ଯାତ୍ରାକୁ ମନେ ପକାଇ ସେ ଖୁସି ବ୍ୟକ୍ତ କରିଛନ୍ତି ।
ବିଜେପି ଉପରେ ଅସନ୍ତୋଷ ହୋଇ ସେ କହିଛନ୍ତି, ମୁଁ ଭୁଲ ହୋଇପାରେ । କି;ୁ ଦଳୀୟ କର୍ମୀମାନେ କିପରି ଅବହେଳିତ ଓ ନିଷ୍ପେସିତ ମୁଁ ମୋ ନିଜ ଆଖିରେ ଦେଖିଛି ଓ ସେମାନଙ୍କ କାହାଣୀ ଶୁଣିଛି । ନିଜ ଦଳୀୟ କର୍ମୀମାନଙ୍କୁ ଅଣଦେଖା କରାଯାଉଛି । କି;ୁ ଅନ୍ୟ ଦଳର କର୍ମୀଙ୍କୁ ବେଶ୍ ଆଦର କରାଯାଉଛି । ତେବେ ମାକକେଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଖୁବ ଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି ।
Comments are closed.