ଚିକେନ୍ କରିବା ସମୟରେ ଅଧିକ ତେଲ ଓ ମସଲା ଲାଗିଥାଏ । ଯାହା ଶରୀର ପାଇଁ ହାନୀକାରକ । କମ ତେଲ ଓ ସମଲାରେ ମଧ୍ୟ ଚିକେନ୍ର ଏକ ନିଆରା ଓ ଟେଷ୍ଟି ବ୍ୟଞ୍ଜନ ହୋଇପାରିବ । ଯାହା ଚଟପଟା ସ୍ୱାଦ ସହିତ ଶରୀରକୁ ପ୍ରୋଟିନ୍ ଯୋଗାଇବ । ଆସନ୍ତୁ ଜାଣିବା ସେହି ଚଟପଟା ବ୍ୟଞ୍ଜନର ପ୍ରସ୍ତୁତି ବିଷୟରେ..
ସାମଗ୍ରୀ- ୫୦୦ ଗ୍ରାମ ବୋନଲେସ୍ ଚିକେନ୍ ପିସ୍, ଏକ ଚାମଚ ଅଦା ରସୁଣ ବଟା, ଅଧା ଚାମଚ ଧନିଆ ପାଉଡର, ଅଧା ଚାମଚ ଜୀରା ପାଉଡର, ଅଧା ଚାମଚ ଲେମ୍ବୁ ରସ, ପାନମଧୁରୀ ଅଧା ଚାମଚ ହଳଦୀ ଗୁଣ୍ଡ, ୨ଚାମଚ ବେସନ, ୬ ରୁ ୭ଟି ଭୃସଙ୍ଗ ପତ୍ର ।
ପ୍ରଣାଳୀ – ପ୍ରଥମେ ଚିକେନ୍କୁ ଛୋଟ ଖଣ୍ଡ ଖଣ୍ଡ କରି କାଟନ୍ତୁ । ବର୍ତ୍ତମାନ ଏକ ପାତ୍ରରେ ଚିକେନ୍ ଖଣ୍ଡ, ବେସନ, ଲେମ୍ବୁ ରସ, ଅଦା ରସୁଣ ପେଷ୍ଟ, ହଳଦୀ, ଧନିଆ ଗୁଣ୍ଡ, ଭୃସଙ୍ଗ ପତ୍ର, ଲଙ୍କା, ପାନମଧୁରୀ, ଜୀରା ଓ ଲୁଣ ପକାଇ ଗୋଳାନ୍ତୁ ।
ଏଥିରେ କିଛି ପାଣି ଦେଇ ଭଲ କରି ଗୋଳାନ୍ତୁ । ଏହାକୁ ଅଲଗା କରି ୧୫ ମିନିଟ୍ ରଖନ୍ତୁ । ଏହାପରେ ତାୱା ଗରମ କରି ଅଳ୍ପ ତେଲ ପକାନ୍ତୁ । ମ୍ୟାରିନେଟେଡ୍ ଚିକେନ୍କୁ ଗୋଲେïନ୍ ହେବା ଯାଏଁ ଭାଜନ୍ତୁ । ଚିକେନ୍ ଭାଜି ହେବା ପରେ ଏହାକୁ ଚଟଣି ସହିତ ପରଷନ୍ତୁ ।
Comments are closed.